ରାଜ୍ୟରେ ପ୍ରଥମ: ଆଜି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବିଜୁ ଆଦର୍ଶ କଲୋନି

ରାଜ୍ୟରେ ପ୍ରଥମ: ଆଜି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବିଜୁ ଆଦର୍ଶ କଲୋନି

କେସିଙ୍ଗା : ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିସ୍ଥାପିତଙ୍କୁ ଥଇଥାନ ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ତିଆରି ହୋଇଛି ବିଜୁ ଆଦର୍ଶ କଲୋନି। ଏହା ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି। ଏହି କ‌ଲୋନିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୋମବାର ଭର୍ଚୁଆଲ ମୋଡ଼ରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ମୁଖ୍ୟମନ୍ତ୍ରୀ ଭବାନୀପାଟଣାଠାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ହିଁ ଏହି ପ୍ରକଳ୍ପର ଉଦ୍‌ଘାଟନ କରିବେ।

କେସିଙ୍ଗା ଏନ୍‌ଏସି ଦ୍ୱାରା ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ଏହି କୋଲୋନି ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ। କେସିଙ୍ଗା ରେଳ ଅଣ୍ଡରବ୍ରିଜ୍‌ ନିର୍ମାଣ ସମୟରେ ଉଚ୍ଛେଦ ହୋଇଥିବା ୪୪ ଗରିବ ପରିବାରଙ୍କୁ ସ୍ଥାନୀୟ ବୋରିଂପଦରଠାରେ ଏକ କୋଲୋନି ନିର୍ମାଣ କରାଯାଇ ଥଇଥାନ କରାଯାଇଛି। ଏମାନଙ୍କୁ ପଟ୍ଟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି। ଏହି କୋଲୋନି ପାଇଁ କଂକ୍ରିଟ ରାସ୍ତା, ମିନିପାର୍କ, କମ୍ୟୁନିଟି ହଲ, ପର୍ବ ପର୍ବାଣୀ ପାଳନ ପାଇଁ ଖୋଲା ଜାଗା, ବିଜୁଳି, ରାସ୍ତାରେ ଲାଇଟ, ପାନୀୟ ଜଳ ଯୋଗାଣ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି କୋଲୋନିର ଅଧିବାସୀ ଏହି ସ୍ଥାନରେ ଏକ ସୁନ୍ଦର ଜୀବନଯାପନ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ଥିବା କେସିଙ୍ଗା ଏନ୍‌ଏସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସୋମବାର କଲୋନି ଉଦ୍‌ଘାଟନ ହେବାକୁ ଯାଉଥିବାରୁ କୋଲୋନିବାସୀ ବେଶ୍‌ ଆନନ୍ଦିତ ଅଛନ୍ତି। ପ୍ରଥମ କରି ରାଜ୍ୟରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଯାହା ଅନ୍ୟ ଅଞ୍ଚଳ ପାଇଁ ଉଦାହରଣ ହୋଇଛି। ବିସ୍ଥାପିତ ହୋଇ ନିରାଶ୍ରୟ ହୋଇଥିବା ୪୪ ପରିବାର କେବେ ଭାବି ନଥିଲେ ଏପରି ସୁନ୍ଦର ଜାଗା ସେମାନଙ୍କୁ ମିଳିବ ବୋଲି। ସୂଚନାଯୋଗ୍ୟ ଯେ ‘ସମ୍ବାଦ’ରେ ଏମାନଙ୍କ ଉଚ୍ଛେଦ ସଂପର୍କରେ ପ୍ରଥମେ ପ୍ରକାଶ ପାଇବା ପରେ ସରକାର ପଦକ୍ଷେପ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe