୧୮‌ରେ ଶ୍ରୀମନ୍ଦିର ହେରିଟେଜ୍‌ କରିଡର ଭୂମିପୂଜନ କରିବେ ମୁଖ୍ୟମନ୍ତ୍ରୀ

୨୨ରେ କ୍ୟାବିନେଟ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ପୁରୀ : ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ହେରିଟେଜ୍‌ କରିଡର କାମ। ଏଥିପାଇଁ ଆଜି ଛତିଶାନିଯୋଗ ବୈଠକରେ ଭୂମିପୂଜନ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା ୧୮ ତାରିଖରେ ଭୂମିପୂଜନ ହେବ। ଦୋଳବେଦି କୋଣ ନିକଟସ୍ଥ ଐଶାନ୍ୟ କୋଣରେ ଭୂମିପୂଜନ କାର୍ଯ୍ୟ ଅନୁଷ୍ଠିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଭୂମିପୂଜନ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର। ଏଥିପାଇଁ ଆଜିଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe