୧୭ରେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ମେୟର୍‌ ହେବାକୁ ବିଜେଡିରେ ଡଜନେ ଆଶାୟୀ, ମୁଖ୍ୟମନ୍ତ୍ରୀ ଦେବେ କି ମାଷ୍ଟର ଷ୍ଟ୍ରୋକ୍‌?

image source--news 18

ଗୁରୁପ୍ରିୟା ସେତୁ ହେବା ପରେ ଅଞ୍ଚଳର ବିକାଶ ସମ୍ପର୍କରେ ସମୀକ୍ଷା
୯ ପଞ୍ଚାୟତର ପ୍ରତ୍ୟେକ ଘରକୁ ବଣ୍ଟନ ହେବ ଗୋଟିଏ ଲେଖାଏଁ ମୋବାଇଲ

ଭୁବନେଶ୍ୱର : ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳାବାସୀଙ୍କ ସହ କଥା ହେବେ। ଭିଡିଓ କନ୍‌ପରେନ୍‌ସିଂ ଜରିଆରେ ପୂର୍ବାହ୍ନ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଞ୍ଚଳର ବିକାଶ ନେଇ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହାସହିତ ୯ଟି ପଞ୍ଚାୟତର ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଲେଖାଏଁ ୪ଜି ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ।

୨୦୧୮ ଜୁଲାଇରେ ଗୁରୁପ୍ରିୟା ସେତୁ ଉଦଘାଟନ ହେବା ପରେ ବାଲିମେଳା ଜଳଭଣ୍ଡାର ଆରପଟେ ଥିବା ତତ୍କାଳୀନ ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଯୋଡ଼ାମ୍ବ, ପେପର୍‌ ମେଟଲା, ବଡ଼ପଡ଼ା, ଆଣ୍ଡ୍ରା ପଲ୍ଲୀ, ପଣସପୁଟ, ରାଲେଗଡ଼ା, ଗଜଲମାମୁଡ଼ି, ଧୂଳିପୁଟ ଓ ଯନ୍ତ୍ରୀ ପଞ୍ଚାୟତବାସିନ୍ଦାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ କେତେ ସଫଳ ହୋଇଛି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ସହ କଥା ହେବେ ବୋଲି ଜଣାପଡ଼ିଛି। ଏହାସହିତ ମାଲକାନଗିରି ଜିଲ୍ଲାର ସ୍ବାଭିମାନ୍‌ ଅଞ୍ଚଳରେ ଭାରତୀୟ ଏୟାରଟେଲ୍‌ ପକ୍ଷରୁ ୪ଜି ଟାୱାର ପ୍ରତିଷ୍ଠା କରାଯାଇଛି। ଏହାସହିତ ସାମାଜିକ ଓ ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାର ସ୍ବାଭିମାନ ଅଞ୍ଚଳ ବୋଲାଉଥିବା ୯ଟି ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ମୋବାଇଲ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ସେମାନଙ୍କ ପିଲାମାନେ ଅନ୍‌ଲାଇନ୍‌ରେ ପାଠପଢ଼ିବାରେ ସୁବିଧା ହେବା ସହ ସରକାରଙ୍କ ସାଧାରଣ ସେବା ଲୋକଙ୍କୁ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe