ମନରେଗାରେ ଓଡ଼ିଶାର ବାକି ୧୦୮୮.୭୨ କୋଟି; ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଠିକ୍ ସମୟରେ ଟଙ୍କା ଦେବାକୁ ଦାବି

Advertisment
ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର : ମନରେଗା ଯୋଜନାରେ ଓଡ଼ିଶାର ୧୦୮୮.୭୨ କୋଟି ଟଙ୍କା କେନ୍ଦ୍ର ଉପରେ ବାକି ପଡ଼ିଛି। ତାହା ମଧ୍ୟରୁ ୩୭୭.୯୧ କୋଟି ଟଙ୍କା ମଜୁରୀ ହୋଇଥିଲା ବେଳେ ୭୧୦.୮୧ କୋଟି ଟଙ୍କା ସରଞ୍ଜାମ ବାବଦରେ ରହିଛି। ଏହି ବକେୟା ସମ୍ପର୍କରେ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ମନ‌ରେଗା ଆଇନର ମୌଳିକ ତଥା ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଗରିବ ଲୋକଙ୍କୁ ଠିକ୍ ସମୟରେ ମଜୁରୀ ପ୍ରଦାନ କରିବା। ଏହା ସହ ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବା ପାଇଁ ଆବଶ୍ୟକ ସରଞ୍ଜାମ ନିମନ୍ତେ ମଧ୍ୟ ଅର୍ଥ ଦେବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ମନରେଗା ଅଧୀନରେ ମଜୁରୀ ଓ ସରଞ୍ଜାମ ବାବଦରେ ଠିକ୍ ସମୟରେ ଅର୍ଥ ପ୍ରଦାନ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

କୋଭିଡ୍‌ ମହାମାରୀ ସମୟରେ ଅର୍ଥନୈତିକ କାରବାର କମିଯାଇଥିବାରୁ ରାଜ୍ୟକୁ ଫେରିଥିବା ବହୁ ସଂଖ୍ୟାରେ ଦାଦନ ଶ୍ରମିକ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଗ୍ରାମାଞ୍ଚଳରେ ନରେଗା ଯୋଜନାରେ ମଜୁରୀ ଭିତ୍ତିକ ନିଯୁକ୍ତି ପାଇଁ ଚାହିବା ବଢ଼ିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଅଧୀନରେ ଓଡ଼ିଶା ପାଇଁ ଶ୍ରମ ଦିବସକୁ ୨୫ କୋଟିକୁ ବୃଦ୍ଧି କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe