ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ବୋର୍ଡ ପରୀକ୍ଷା ପାଇଁ ନିର୍ଦେଶାବଳୀ ଅଣାଯାଉ

Advertisment
ଆଜି ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଜାତୀୟସ୍ତରରେ ନିର୍ଦେଶାବଳୀ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କହିଛନ୍ତି ଯେ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୭ରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଅଂଶୀଦାରଙ୍କ ସହ ଆଲୋଚନା ପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି। ଏଥିସହ ଡିଜିଟାଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ଲାଗି ପଦକ୍ଷେପ ନିଆଯାଇଛି। ତେବେ ଏହା ପର୍ଯ୍ୟାପ୍ତ ନୁହେଁ, ଯାହାଦ୍ବାରା ପିଲାମାନେ ବୋର୍ଡ ଓ ଅନ୍ୟାନ୍ୟ ପ୍ରବେଶିକା‌ ପରୀକ୍ଷା ଦେଇପାରିବେ।

ଦଶମ ଓ ଦ୍ବାଦଶ ଶ୍ରେଣୀ ‌ବୋର୍ଡ ପରୀକ୍ଷା ଲାଗି ଏପର୍ଯ୍ୟନ୍ତ ଶିକ୍ଷାବର୍ଷରେ ସ୍ପଷ୍ଟତା ଆସିପାରି ନାହିଁ। ଯେଉଁଥିପାଇଁ ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛନ୍ତି। ସମସ୍ତ ପ୍ରବେଶିକା ପରୀକ୍ଷା ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ପରସ୍ପର ସହ ଜଡ଼ିତ ହୋଇଥିବାରୁ ଜାତୀୟସ୍ତରରେ ନିର୍ଦେଶାବଳୀ ଆଣିବାର ଆବଶ୍ୟକତା ରହିଛି। ସମ୍ଭାବ୍ୟ ତାରିଖ ଧାର୍ଯ୍ୟ କରାଗଲେ ରାଜ୍ୟଗୁଡ଼ିକ ସେମାନଙ୍କର ସମୁଚିତ କୌଶଳ ଆଣପାଇ ପାରିବେ। ଛାତ୍ରଛାତ୍ରୀ ମଧ୍ୟ ତାରିଖ ଜାଣିବା ପରେ ସେହି ଅନୁଯାୟୀ ପରୀକ୍ଷା ଦେବା ଲାଗି ପ୍ରସ୍ତୁତ ହେବେ। ତେଣୁ କେନ୍ଦ୍ର ସରକାର ୨୦୨୦-୨୧ ଶିକ୍ଷାବର୍ଷରେ ବୋର୍ଡ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାର ତାରିଖ ନେଇ ସ୍ପଷ୍ଟତା ଆଣିବାକୁ ଶ୍ରୀ ପଟ୍ଟନାୟକ ଚିଠିରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe