୩ ମାସ ବନ୍ଦ ପରେ ପୁଣିଥରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସେବା

Advertisment
ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାରେ ୫୫୪୯ ରୋଗୀ ଚିକିତ୍ସିତ

ଭୁବନେଶ୍ବର : ଗତବର୍ଷ ଡିସେମ୍ବର ୨୦ତାରିଖରେ ଆରମ୍ଭ ହୋଇଥିଲା ମୁଖ୍ୟମନ୍ତ୍ରୀ ବାୟୁ ସେବା। ଆଦିବାସୀ ବହୁଳ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ଲୋକମାନଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଦେବା ଲକ୍ଷ୍ୟରେ ଏହି ସେବା ଆରମ୍ଭ ହୋଇଥିଲା। ହେଲେ ମାଲକାନଗିରି ଜିଲ୍ଲାକୁ ଗୋଟିଏ ଉଡ଼ାଣ ଭରିବା ପରେ ସେବା ବନ୍ଦ ହୋଇ ଯାଇଥିଲା। ବନ୍ଦ ପାଇଁ ସରକାରଙ୍କ ସଫେଇ ହେଉଛି କୋଭିଡର ତୃତୀୟ ଲହର। ଚଳିତମାସରୁ ପୁଣିଥରେ ରାଜ୍ୟ ସରକାର ଏହାକୁ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଗତ ୪ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪ଜିଲ୍ଲାର ସିଡିଏମ୍‌ଓଙ୍କ ସହିତ ଡିଏମ୍‌ଇଟି, ସ୍ବାସ୍ଥ୍ୟ ନିର୍ଦେଶକ, ଔଷଧ ନିଗମ ଓ ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶକଙ୍କୁ ଚିଠି ଜାରି ହୋଇଛି। ଏଥିରେ ଚଳିତମାସର ଦ୍ବିତୀୟ ସପ୍ତାହ ପରେ ଏହି ଯୋଜନାକୁ ପୁଣିଥରେ ଆରମ୍ଭ କରିବା ଲାଗି କୁହାଯାଇଛି। ମାର୍ଚରୁ ମେ’ମାସ ପର୍ଯ୍ୟନ୍ତ ୪ଟି ଜିଲ୍ଲାରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ଯଦି ବିଶେଷଜ୍ଞ କମିଟି ଓ ମେଡିକାଲ ଟିମ୍‌, ‌ରୋଗୀଙ୍କ ଉପଲବ୍ଧକୁ ନଜରରେ ରଖି କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇପାରିବ। ଅତିରିକ୍ତ ଡିଏମ୍‌ଇଟି ଡା.ଉମାକାନ୍ତ ଶତପଥୀ କହିଛନ୍ତି, ଏହି ଯୋଜନାକୁ ପୁନର୍ବାର କାର୍ଯ୍ୟକାରୀ କରିବା ଲାଗି ନିର୍ଦେଶ ଆସିଛି। ମାତ୍ର କେବେଠାରୁ କାର୍ଯ୍ୟକାରୀ ହେବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe