ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ନିବେଶକ ଟିମ୍‌ରେ ରୁଚି ମସଲା

Advertisment
ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ନିବେଶକ ଟିମ୍‌ରେ ରୁଚି ମସଲା

କଟକ : ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶ ଏବଂ ବୈଦେଶିକ ପୁଞ୍ଜିନିବେଶକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି ଲାଗି ଦୁବାଇଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ନିବେଶକ ସମ୍ମିଳନୀରେ ଓଡ଼ିଶାର ଜଣାଶୁଣା ମସଲା, ସିମାଇ, ପାସ୍ତା, ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଓ ପାନୀୟ ଉତ୍ପାଦନ କରୁଥିବା ଅଗ୍ରଣୀ ଶିଳ୍ପୋଦ୍ୟୋଗ ରୁଚି ଫୁଡଲାଇନ୍ ଅଂଶଗ୍ରହଣ କରିଛି।

ରାଜ୍ୟ ସରକାର ଓ ଇପିକଲର ଆମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଏହି ଆନ୍ତର୍ଜାତିକ ସଂଗୋଷ୍ଠୀରେ ‘ରୁଚି’ର ପରିଚାଳନା ନିେର୍ଦ୍ଦଶକ ଡକ୍ଟର ଶରତ କୁମାର ସାହୁ ଓ ତାଙ୍କ କନ୍ୟା ତଥା ରୁଚି–ଫ୍ରୋଜିଟ୍‌ର ନିେର୍ଦ୍ଦଶିକା ରଶ୍ମୀ ସାହୁ ଯୋଗ ଦେଇଛନ୍ତି। ଦୁବାଇର ଦି ଓବରଏ ହୋଟେଲରେ ଆୟୋଜିତ ଏହି ସମ୍ମିଳନୀ ଓଡ଼ିଶାର ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ରପାଇଁ ବିଶେଷ ସମ୍ଭାବନା ଓ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ଡକ୍ଟର ସାହୁ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଦୁବାଇରେ ଆୟୋଜିତ ଏହି ଗୁରୁତ୍ବପୂର୍ଣ୍ଣ ମିଶନରେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏହି ସୁଯୋଗ ଦେଇଥିବାରୁ ସେ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି। ନିକଟରେ ଦୁବାଇ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ରଶ୍ମୀ ସାହୁ ପ୍ରବାସୀ ଓଡ଼ିଆ ଶିଳ୍ପୋଦ୍ୟୋଗୀମାନଙ୍କ ସହିତ ଭାବବିନିମୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe