ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଜଳସେଚନ ପ୍ରତିଶ୍ରୁତି ମରୁଡ଼ିର ମୁଖ୍ୟ କାରଣ: କଂଗ୍ରେସ

Advertisment
ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଜଳସେଚନ ପ୍ରତିଶ୍ରୁତି ମରୁଡ଼ିର ମୁଖ୍ୟ କାରଣ: କଂଗ୍ରେସ

YouTube

ଭୁବନେଶ୍ବର : ରାଜ୍ୟରେ ମରୁଡ଼ି ପରିସ୍ଥିତି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଜଳସେଚନ ପ୍ରତିଶ୍ରୁତି ମରୁଡ଼ିର ମୁଖ୍ୟ କାରଣ। ପିସିସି କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏଭଳି ଅଭିଯୋଗ କରିଛନ୍ତି। ଶୁକ୍ରବାର କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ଚାଷୀଙ୍କ ଏହି ଦୁର୍ଦ୍ଦଶା ପାଇଁ ରାଜ୍ୟ ସରକାର ଦାୟୀ। ରାଜ୍ୟ ସରକାର କୃଷି ବିଭାଗୀୟ ଅଧିକାରୀ ଓ ବିଶେଷଜ୍ଞଙ୍କୁ ନେଇ ଏକ ସମନ୍ବୟ କମିଟି ଦ୍ବାରା ମରୁଡ଼ି ପ୍ରଭାବିତ ବିଭିନ୍ନ ପଞ୍ଚାୟତସ୍ତରରୁ ସ୍ଥିତି ଅନୁଧ୍ୟାନ କରିବା ଉଚିତ। ବିଜେଡି ସରକାରର ୨୧ବର୍ଷ କୁଶାସନ ଓ ଚାଷୀଙ୍କୁ ପ୍ରତାରଣା ପାଇଁ ରାଜ୍ୟର ଚାଷୀକୂଳ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ଜଳସେଚନ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଅପବ୍ୟୟ କରାଯାଉଥିବା ବେଳେ ଚାଷୀ କ୍ଷେତକୁ ଜଳସେଚନ ବ୍ୟବସ୍ଥା କରାଯାଇନାହିଁ। ଜଳସେଚନ ନାଁରେ ମନ୍ତ୍ରୀ, ଯନ୍ତ୍ରୀ, ଠିକାଦାର ଓ ଶାସକ ଦଳର କର୍ମୀ ମାଲେମାଲ ହୋଇଛନ୍ତି।

ରାଜ୍ୟର ସମସ୍ତ ବ୍ଲକ୍‌ର ୩୫ ପ୍ରତିଶତ ଜଳସେଚନ ଘୋଷଣା କେବଳ ପ୍ରଚାରରେ ରହିଛି। ପାଣି ପଞ୍ଚାୟତ ଓ ଜଳସେଚନ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍‌ କରାଯାଉଛି। ଯଦି ଆସନ୍ତା ୧ସପ୍ତାହ ଭିତରେ ରାଜ୍ୟ ସରକାର ଏସବୁ ସମସ୍ୟାର ସମାଧାନ ନ କରନ୍ତି, ଚାଷୀଙ୍କ ବୃହତ୍ତର ସ୍ବାର୍ଥ ପାଇଁ ରାଜ୍ୟର ସମସ୍ତ ବ୍ଲକ୍‌ରୁ ଚାଷୀ ଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସପ୍ତାହବ୍ୟାପୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି ଫେରିଛନ୍ତି। ଏହି ପ୍ରତିନିଧି ଦଳରେ ରଘୁନାଥ ପଲ୍ଲିଆ, ସ୍ବପ୍ନେଶ୍ବର ପୃଷ୍ଟି, ନରେନ୍ଦ୍ର ପଣ୍ଡା, ସାନନ୍ଦ ମିଶ୍ର, ଚୈତରାମ ନାୟକ, ଦେବେନ୍ଦ୍ର କୁମାର ସାହୁ, ଘାସିରାମ ମାଝୀ, ଦିଲ୍ଲୀପ ବେହେରା, ଗୌରୀ ଶଙ୍କର ପଣ୍ଡା, ବିନୋଦ ପାତ୍ର, ପ୍ରଶାନ୍ତ ସାହୁ ଓ ରମେଶ ପୁରୋହିତ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe