Advertisment

ଏମ୍ଏସ୍‌ଏମ୍ଇକୁ ସୁଧ ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନା

Advertisment
ପ୍ରତିରକ୍ଷା ଉତ୍ପାଦନରେ ୮୦୦୦ ଏମ୍ଏସ୍‌ଏମ୍‌ଇ: କିଛି ବର୍ଷରେ ସଂଖ୍ୟା ଦ୍ବିଗୁଣିତ ହେବ

smeconsultant.in

ଭୁବନେଶ୍ବର: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ)ଗୁଡ଼ିକ ବ୍ୟାଙ୍କରୁ ନେଇଥିବା ଋଣ ଉପରେ ଯେଉଁ ସୁଧ ଦେଉଛନ୍ତି ତାହାକୁ ରାଜ୍ୟ ସରକାର ସେମାନଙ୍କୁ ଫେରସ୍ତ କରିବେ। ସେଥିପାଇଁ ଏମ୍‌ଏସ୍‌ଏମ୍ଇ ବିଭାଗ ପକ୍ଷରୁ ‘ଏମ୍ଏସ୍‌ଏମ୍ଇଙ୍କୁ ସୁଧ ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନା’ (ସିଏମ୍‌-ଏସ୍‌ଆର୍‌ଆଇଏମ୍‌) ନାମକ ଏକ ‌ନୂଆ ‌ଯୋଜନା ଆରମ୍ଭ କରାଯାଇଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା କିମ୍ବା ତା’ପୂର୍ବରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିଥିବା ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ଏହି ଯୋଜନାର ଲାଭ ମିଳିବ। ୨୦୨୩-୨୪ ଆର୍ଥିକ ବର୍ଷରେ ସେମାନେ ବ୍ୟାଙ୍କଠାରୁ ନେଇଥିବା କାର୍ଯ୍ୟକାରୀ ପୁଞ୍ଜି ଋଣ ଉପରେ ସୁଧ ଫେରସ୍ତ ପାଇବେ।

ସୁଧ ଫେରସ୍ତ ଲାଗି ସରକାର ଚାରିଟି ସ୍ଲାବ୍ ନିର୍ଧାରଣ କରିଛନ୍ତି। ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପରେ ୧୦୦ ପ୍ରତିଶତ ସୁଧ ଫେରସ୍ତ କରାଯିବ। ୧୦ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୭୫% ସୁଧ ଫେରସ୍ତ କରାଯିବ। ସେହିପରି, ୫୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୫୦ ପ୍ରତିଶତ ସୁଧ ଫେରସ୍ତ କରାଯିବ। ୧ କୋଟି ଟଙ୍କାରୁ ତିନି କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ୨୫% ସୁଧ ଫେରସ୍ତ କରାଯିବ। ଏହି ଯୋଜନାର ସମ୍ପୂର୍ଣ୍ଣ ଗାଇଡ୍‌ଲାଇନ୍‌ ପ୍ରକାଶ କରାଯିବ ବୋଲି ଏମ୍ଏସ୍‌ଏମ୍ଇ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe