ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ସ୍ଥିତି ଉଦ୍‌ବେଗଜନକ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଥିବା ତଥ୍ୟରୁ ସୂଚନା ମିଳୁଛି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ତଥ୍ୟ ରଖିଛନ୍ତି। ସରକାରୀ ତଥ୍ୟରୁ ଯେଉଁ ଉଦ୍‌ବେଗଜନକ ଚିତ୍ର ପଦାକୁ ଆସିଛି, ରାଜ୍ୟରେ ମହିଳା ସୁରକ୍ଷା ଚିନ୍ତାଜନକ। ଗତ ୨୦୨୫ ବର୍ଷକ ମଧ୍ୟରେ ରାଜ୍ୟରେ ୧୩,୨୬୨ ଯୁବତୀ ଓ  ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ୨୯୯୬ଜଣ ଦୁଷ୍କର୍ମ, ୧୧୫ଜଣ ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଛନ୍ତି।

Advertisment

ACC Women’s Asia Cup: ମହିଳା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟାଇଟଲ୍‌ ବଜାୟ ରଖିଲା ଭାରତ‘ଏ’

୭୩୭୮ ଅପହରଣ, ୧୪୫ ଯୌତୁକଜନିତ ହତ୍ୟା

ସେହିପରି ୭୦୨ ଯୁବତୀ ଓ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା ମାମଲା ହୋଇଛି। ୭୩୮୨ଜଣ ଅସଦାଚରଣର ଶିକାର ହୋଇଛନ୍ତି। ସର୍ବସାଧାରଣସ୍ଥଳରେ ୧୪୪୮ ମହିଳା ଦୁର୍ବ୍ୟବହାରର ଶିକାର ହୋଇଛନ୍ତି, ୭୫୭ଜଣଙ୍କୁ ନିର୍ଯାତନା ଦିଆଯାଇଛି। ୧୨୭ଜଣଙ୍କ ଅଶ୍ଳୀଳଫଟୋ ଓ ଭିଡିଓ କରି ନିର୍ଯାତନା ଦିଆଯାଇଛି। ୪୮୫ଜଣଙ୍କୁ ରାସ୍ତାରେ ଦୁର୍ବ୍ୟବହାର ସହ ଭୟଭୀତ କରାଯାଇଛି। ୧୧୧ ମାନବ ଚାଲାଣ ରିପୋର୍ଟ ହୋଇଛି। ୭୩୭୮ଜଣଙ୍କୁ ଅପହରଣ କରାଯାଇଛି। ଯୌତୁକ ପାଇଁ ୧୪୫ଜଣଙ୍କ ମହିଳାଙ୍କୁ ହତ୍ୟା, ୭୭ଜଣ ଆତ୍ମହତ୍ୟା କରିଛନ୍ତି। ୪୩୬୧ ଜଣ ମହିଳା ନିର୍ଯାତନାର ଶିକାର ହୋଇଛନ୍ତି। ଜଣେ ମହିଳାଙ୍କୁ ଏସିଡ୍‌ ମାଡ଼ କରାଯାଇଛି। ଏହାଛଡ଼ା ଅନ୍ୟକାରଣ ପାଇଁ ୫୪୧୯ଜଣଙ୍କୁ ନିର୍ଯାତନା ଦିଆଯାଇଛି।

AFC Women’s: ଏଏଫ୍‌ସି ମହିଳା ଏସୀୟ କପ୍‌ ଦଳରେ ଓଡ଼ିଶାରୁ ପ୍ୟାରୀ, ଯଶୋଦା, ଜୁଲି