ମୁଖ୍ୟମନ୍ତ୍ରୀଙ୍କ ଜୟପୁର ଗସ୍ତ ଆଜି: ବାଣ୍ଟିବେ ‘ସୁଭଦ୍ରା’ ତୃତୀୟ କିସ୍ତି

ଆସନ୍ତାକାଲି ଶନିବାର ଜୟପୁର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଖୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କୁ ବ‌ାଣ୍ଟିବେ ସୁଭଦ୍ରାର ତୃତୀୟ କିସ୍ତି। ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତି ଟଙ୍କା ପାଇବେ।

subhadra

ଜୟପୁର: ଆସନ୍ତାକାଲି ଶନିବାର ଜୟପୁର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଖୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କୁ ବ‌ାଣ୍ଟିବେ ସୁଭଦ୍ରାର ତୃତୀୟ କିସ୍ତି। ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତି ଟଙ୍କା ପାଇବେ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ବ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଟଙ୍କା ବାଣ୍ଟିବେ। ପରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କାଯିବ ବୋଲି ଉପଜିଲ୍ଲାପାଳ ଆକଭରମ୍‌ ସସ୍ୟା ରେଡ୍ଡୀ କହିଛନ୍ତି। 

କୋରାପୁଟ ଜିଲ୍ଲାପାଳ ମ‌ନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ବାବଧା‌ନରେ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ କୋଟପାଡ଼ର ପ୍ରସିଦ୍ଧ ‌ମିର୍ଗାନ ଢାଞ୍ଚାରେ ସଜା ଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଅରବିନ୍ଦ ନଗରସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରେ ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରାଖୀ ବାନ୍ଧିବେ। ପରେ ମୁଖ୍ୟମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପାର୍କରେ ସ୍ବର୍ଗତ ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe