୧୪ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

Advertisment

୭୫୬ କୋଟିର ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କରିବେ

୭୫୬ କୋଟିର ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କରିବେ

ଆଜି ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭବାନୀପାଟଣା : କୋଭିଡ୍‌ କଟକଣା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଜିଲ୍ଲା ଗସ୍ତକ୍ରମରେ ଆସନ୍ତା ୧୪ ତାରିଖରେ କଳାହାଣ୍ଡି ଗସ୍ତ କରିବେ। ଏହି ଗସ୍ତ ସମୟରେ ୭୫୬ କୋଟି ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ମେଗାଲିଷ୍ଟ ପ୍ରକଳ୍ପକୁ ସେ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ଓ ବିଜେଡି ଶିବିରରେ ତତ୍ପରତା ଦେଖାଦେଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା କାର୍ଯ୍ୟକ୍ରମ ଅନୁସାରେ ଆସନ୍ତା ଜାନୁଆରି ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଜୟପାଟଣା ବ୍ଲକ୍‌ର ମଙ୍ଗଳପୁର ପଞ୍ଚାୟତ ଇନ୍ଦ୍ରାବତୀ ବ୍ୟାରେଜ୍‌ ନିକଟ କନକପୁର ଠାରେ ଏକ ସମାବେଶରେ ଯୋଗଦେବ। ଏଠାରେ ୭୫୬ କୋଟି ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ମେଗାଲିଫ୍ଟ ପ୍ରକଳ୍ପକୁ ଚାଷୀଙ୍କ ପାଇଁ ଲୋକାର୍ପଣ କରିବେ। ଏହାଦ୍ୱାରା ଜୟପାଟଣା, କୋକସରା, ଧର୍ମଗଡ଼ ବ୍ଲକ୍‌ର ୯୧ଟି ଗ୍ରାମର ୨୬୨୪୮ ହେକ୍ଟର ଜମି ଜଳସେଚିତ ହେବା ଲକ୍ଷ୍ୟ ରହିଛି। ଗତ ୨୦୧୩ ମସିହା ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲଡୁଗାଁରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ସମାବେଶ ସ୍ଥଳରେ ୩ଟି ମଞ୍ଚ ଓ ହେଲିପେଡ୍‌ ନିର୍ମାଣ ହେଉଛି। ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ, ବ୍ୟକ୍ତିଗତ ସଚିବ ଓ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଉପସ୍ଥିତ ରହିବେ। ଦ୍ୱିତୀୟ ମଞ୍ଚରେ ୬୦ ଜଣ ବିଧାୟକ ଓ ମନ୍ତ୍ରୀ ରହିବେ। ତୃତୀୟ ମଞ୍ଚରେ ସାଂସ୍କୃତିକ ଦଳ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ମଞ୍ଚର ୬୦ ଫୁଟ୍‌ ଦୂରରେ ଧର୍ମଗଡ଼ ସବ୍‌ଡିଭିଜନ୍‌ର ପ୍ରତି ପଞ୍ଚାୟତରୁ ୧୦ ଜଣ ଲେଖାଏଁ ଯୋଗଦେବା ପାଇଁ ବ୍ୟବସ୍ଥା ହୋଇଛି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସମସ୍ତ ପୁଲିସ୍‌, ପ୍ରଶାସନ, ସାମ୍ବାଦିକ, ବିଧାୟକ ଓ ମନ୍ତ୍ରୀ ଏବଂ ସାଂସ୍କୃତିକ ଦଳ ଓ ଜନସାଧାରଣଙ୍କ ଆର୍‌ଟି ପିସିଆର ଜରିଆରେ କୋଭିଡ୍‌ ପରୀକ୍ଷା କରାଯିବ। ସେହିଭଳି ୫ଜଣ ସ୍ୱତନ୍ତ୍ର ଡ୍ରାଇଭରଙ୍କୁ ଭବାନୀପାଟଣା ସର୍କିଟ୍‌ ହାଉସ୍‌ ଠାରେ ସମାବେଶର ୪ ଦିନ ପୂର୍ବରୁ କୋଭିଡ୍‌ ପରୀକ୍ଷା କରି ସଙ୍ଗରୋଧରେ ରଖାଯିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ହେଲିପେଡ୍‌ ଓ ମଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲାପାଳ ଓ ପୁଲିସ୍‌ ଏସପି ସମାବେଶ ସ୍ଥଳକୁ ଗସ୍ତ କରି ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe