କେନ୍ଦୁଝର: ଘଟଗାଁ ମା’ ତାରିଣୀ ପୀଠର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ବଡ଼ ଯୋଜନା। ୩୧୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ପାଖାପାଖି ୬୦ ଏକର ଅଞ୍ଚଳର ବିକାଶ କରାଯିବ। ଆସନ୍ତାକାଲି ଏହି ବହୁ ପ୍ରତୀକ୍ଷିତ ସୌନ୍ଦର୍ଯ୍ୟୀକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପ୍ରକଳ୍ପର ଶୁଭାରମ୍ଭ ତଥା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ମା’ଙ୍କ ପୀଠ ସମେତ ପୂରା ଘଟଗାଁ ବଜାରକୁ ସୁସଜ୍ଜିତ କରାଯାଇଛି।
Indigo Flight Disruption : ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ସରକାର
ରାଜ୍ୟ ସରକାରଙ୍କ ଉଦ୍ୟମରେ ଘଟଗାଁ ହେବ ଓଡ଼ିଶାର ଏକ ପ୍ରମୁଖ ଆକର୍ଷଣୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତି କେନ୍ଦ୍ର। ଯାତ୍ରୀ ସୁବିଧା, ରାସ୍ତା ଓ ଯୋଗାଯୋଗ, ପୁଷ୍କରିଣୀ ସମୂହର ବିକାଶ, ସୁଦୃଶ୍ୟ ବ୍ୟାଖ୍ୟାନ କେନ୍ଦ୍ର, ଯାତ୍ରୀନିବାସ, ପ୍ରାଚୀର ସହ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନା, ମନ୍ଦିର ଆଭ୍ୟନ୍ତରୀଣ ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ବଡ଼ ବିକାଶ ଯୋଜନା ଏଥିରେ ଅନ୍ତର୍ଭୁକ୍ତ। ୨୧୬ ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ୫୦୦ ଲୋକଙ୍କ ଏକସଙ୍ଗେ ପ୍ରସାଦସେବନ ବ୍ୟବସ୍ଥା, ନଡ଼ିଆ ଗୋଦାମ ସହିତ ମା’ ତାରିଣୀ ମନ୍ଦିର ସମ୍ବନ୍ଧିତ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହେବ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତତ୍ତ୍ୱାବଧାନରେ ଏହି ବିକାଶ ଯୋଜନା ପ୍ରସ୍ତୁତ ହୋଇଛି। ଏହା ସହ ଯାତ୍ରୀ ସୁବିଧା କେନ୍ଦ୍ର, ଖାଦ୍ୟ ପ୍ରାଙ୍ଗଣ, ୱାଚ୍ ଟାୱାର ନିର୍ମାଣ ହେବ।
Mandei: ମଣ୍ଡେଇ-୨୦୨୫ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ
ମା’ ତାରିଣୀ ମନ୍ଦିର ସଂଲଗ୍ନ ଅଞ୍ଚଳର ବିକାଶ ସହ ଯାତ୍ରୀ ସୁବିଧା ପାଇଁ ପାଖାପାଖି ଅଞ୍ଚଳରେ ଅନେକ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ସୁଦୀର୍ଘ ପାର୍କିଂ ବ୍ୟବସ୍ଥା, ଅହରହ ଜଳଯୋଗାଣ, ବିଦ୍ୟୁତ୍ ଓ ଆଲୋକୀକରଣ, ଡ୍ରେନେଜ୍ ସୁବିଧା, ମନ୍ଦିର ସୀମା ପ୍ରାଚୀର ନିର୍ମାଣ, ଆଲୋକ ଓ ଧ୍ୱନି ବ୍ୟବସ୍ଥା ସହ ମନ୍ଦିର ଭିତରେ ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାହାରୁ ଧାଡ଼ି ପରିଚାଳନା ଯୋଜନା ହୋଇଛି। ବୃହତ୍ ପୁଷ୍କରିଣୀର ବିକାଶ, ଛୋଟ ପୁଷ୍କରିଣୀ ତଥା ମନ୍ଦିର ପଛ ପାର୍ଶ୍ୱରେ ପୁଷ୍କରିଣୀ ଏବଂ ଶିଶୁ ଖେଳପଡ଼ିଆ ନିକଟ ପୁଷ୍କରିଣୀକୁ ସୁଦୃଶ୍ୟ କରିବାକୁ ଯୋଜନା ହୋଇଛି। ଜାତୀୟ ରାଜପଥ ତଥା ହରିଚନ୍ଦନପୁରକୁ ସଂଯୋଗ କରୁଥିବା ରାସ୍ତା ୧୨ ମିଟର ପ୍ରଶସ୍ତ କରାଯିବ। ମନ୍ଦିର ଆଭ୍ୟନ୍ତରୀଣ ସଂଯୋଗକାରୀ ରାସ୍ତାର ନବୀକରଣ ତଥା ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ହେବ ବୋଲି ସ୍ଥାନୀୟ ଲୋକମାନେ ମତବ୍ୟକ୍ତ କରିଛନ୍ତି। ଓଡ଼ିଶାର ଅର୍ଥନୀତି ବିକାଶରେ କେନ୍ଦୁଝର ଦୀର୍ଘ ଦଶନ୍ଧି ଧରି ବଡ଼ ଭୂମିକା ନେଇ ଆସିଛି। କେନ୍ଦୁଝର ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବାରୁ ଲୋକଙ୍କ ମଧ୍ୟରେ ଅନେକ ଆଶା ଓ ଉତ୍ସାହ ରହିଛି।
Follow Us