ରାୟଗଡ଼ା ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକଙ୍କୁ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ଲୋକାର୍ପଣ ପାଇଁ ନିମନ୍ତ୍ରଣ

Advertisment
ରାୟଗଡ଼ା ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକଙ୍କୁ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ଲୋକାର୍ପଣ ପାଇଁ ନିମନ୍ତ୍ରଣ

ରାୟଗଡ଼ା: ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଲୋକାର୍ପଣ ପାଇଁ ଆଜି ରାୟଗଡ଼ାରେ ପହଞ୍ଚିଥିଲା ଏକ ପ୍ରତିନିଧି ଦଳ।ତିନି ଜଣିଆ ପ୍ରତିନିଧି ଦଳ ଆଜି ସକାଳେ ପହଞ୍ଚିବା ପରେ ରାୟଗଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଆଦିବାସୀ ନୃତ୍ୟ, ଓଡ଼ିଶୀ ନୃତ୍ୟୁ ଏବଂ ଢେମସା ନାଚର ତାଳେ ତାଳେ, ଘଣ୍ଟ ଧ୍ବନୀରେ ସ୍ବାଗତ କରାଯାଇଥିଲା। ପରେ ଏକ ସାଧାରଣସଭା କରାଯାଇ ପ୍ରତିନିଧି ଦଳ ଆସିବାର କାରଣ ପ୍ରକାଶ କରିଥିଲେ। ପ୍ରତିନିଧି ଦଳ ରାୟଗଡ଼ାବାସୀଙ୍କୁ ନିମନ୍ତ୍ରଣ କରିଥିଲେ। ରାୟଗଡ଼ାବାସୀଙ୍କ ଆତିଥ୍ୟରେ ସେମାନେ ମୁଗଧ ହୋଇ ଶୁଭେଛା ଜଣାଇଥିଲେ।

publive-image

ସୂଚନାଯୋଗ୍ୟ, ଆସନ୍ତା ଜାନୁଆରି ୧୭ ତାରିଖରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ହେବ। ତେଣୁ ରାୟଗଡ଼ା ଜଗନ୍ନାଥ ମନ୍ଦିରର ମୂଖ୍ୟ ପୂଜକକୁ ନିମନ୍ତ୍ରଣ ପତ୍ର ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦାନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ସ୍ବରୂପ କୁମାର କର, ଶିବ ଶଂକର ରଣା, ସତ୍ୟସୁନ୍ଦର ଚ୍ୟାଉପଟନାୟକ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁବାଷ ଚନ୍ଦ୍ର ମହାନ୍ତି, ବିରଞ୍ଚି ନାରାୟଣ ଦାସ, ଏଡିଏମଓ ଭାସ୍କର ରଇତ, ରାଧାଶ୍ୟାମ ଦଳେଇ, ରଂଜନ ରଥ, ସତ୍ୟବାଦୀ ପତି, ୟାଲା କୋଣ୍ଡା ରାଓ, ବ୍ରଜ କିଶୋର ନାୟକ, ପ୍ରଭାକର ଦୋରା, ଉପଜିଲ୍ଲାପାଳ ସଂଘମିତ୍ରା କଲ୍ୟାଣୀ ଦେବୀ, ଜଳ ବିଭାଜିକାର ପ୍ରକଳ୍ପ ଅଧିକାରୀ ଦୟାନିଧି ବାଗ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ କଅଁର, ଡିଆଇପିଆରଓ ବସନ୍ତ ପ୍ରଧାନ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe