Destruction in Paradeep
ଭୁବନେଶ୍ୱର: ଶନିବାର ସକାଳୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ଥାନୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ପାଣିପାଗ କେନ୍ଦ୍ରର ମହା ନିର୍ଦେଶକଙ୍କ ସହ ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ର ସ୍ଥିତି ଓ ସେଥିଯୋଗୁଁ ହେଉଥିବା ବୃଷ୍ଟିପାତ ବିଷୟରେ ସମୀକ୍ଷା କରିଛନ୍ତି।
ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ବାତ୍ୟା ଯୋଗୁଁ କେହି ମୃତାହତ ହୋଇଥିବାର ଖବର ଏଯାଏଁ ଆସିନାହିଁ। କାହାରି ଘର ମଧ୍ୟ ଭାଙ୍ଗିଥିବା ଖବର ମିଳିନାହିଁ। ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କେତେକ ଗଛ ଭାଙ୍ଗିଥିବା ଜଣାପଡ଼ିଛି। ପରିସ୍ଥିତି ଉପରେ ପ୍ରଶାସନ ଦୃଷ୍ଟି ରଖିଥିବା କଥା ସେ କହିଛନ୍ତି।
Bay of Bengal in Jagatsinghpurଶନିବାର ସକାଳ ଆଠଟା ସୁଦ୍ଧା ବାତ୍ୟା ବୁଲ୍ବୁଲ୍ ପାରାଦୀପ ଠାରୁ ବଙ୍ଗୋପସାଗରର ୧୨୦ କିଲୋମିଟର୍ ଭିତରକୁ ରହିଛି ଓ ପ୍ରଭାବରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅତି ପ୍ରବଳ ନ ହେଲେ ମଧ୍ୟ ନିରବଚ୍ଛିନ୍ନ ବର୍ଷା ବର୍ଷି ଚାଲିବା ସହ ପବନ ତୋଡ଼ରେ ଗଛବୃଚ୍ଛର ଡାଳ ଭାଙ୍ଗିପଡୁଛି ଏବଂ ସ୍ଥାନେ ସ୍ଥାନେ କେତେକ ଗଛ ମଧ୍ୟ ଉପୁଡ଼ି ପଡୁଛି। ସକାଳ ପାରାଦୀପ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଜୁଳି ଓ ଇଣ୍ଟର୍ନେଟ୍ ସେବା ବାଧାପ୍ରାପ୍ତ ହୋଇଛି। ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଅତି ପ୍ରବଳ ବର୍ଷା ହେଉଛି।
Follow Us