ପୌର ନିର୍ବାଚନରେ ନିରପେକ୍ଷ ରହିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ସିଙ୍ଗଲ୍‌ ୱିଣ୍ଡୋ କମିଟିର ମଞ୍ଜୁରି: ୧୧ ପ୍ରକଳ୍ପରେ ନିବେଶ ହେବ ୨,୨୫୩ କୋଟି

ଭୁବନେଶ୍ବର : ସରକାରୀ କର୍ମଚାରୀ, ପୁଲିସ ବିଭାଗ ନିର୍ବାଚନରେ ଶାସକ ଦଳର ପ୍ରାର୍ଥୀଙ୍କୁ ସହଯୋଗ କରୁଥିବା ନେଇ ବିରୋଧୀମାନେ ଅଭିଯୋଗ କରୁଥିବାବେଳେ ଏନେଇ ମୁଖ୍ୟ ଶାସନ ସଚିବ ନି‌ର୍ଦ୍ଦେଶନାମା ଜାରି କରିଛନ୍ତି। ପୌର ନିର୍ବାଚନରେ ପୁଲିସ ସମେତ ସମସ୍ତ ସରକାରୀ କର୍ମଚାରୀ ନିରପେକ୍ଷତା ଅବଲମ୍ବନ କରିବାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ବିଭାଗର ସଚିବ, ପୁଲିସ ଡିଜି, ଆର୍‌ଡିସି, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ସରକାରୀ କର୍ମଚାରୀ କୌଣସି ରାଜନୈତିକ ଦଳ କି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେନି। ସଂପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରିବେ। କୌଣସି ଅଧିକାରୀ ତାଙ୍କ ସରକାରୀ ଗାଡ଼ି, ‌ସରଞ୍ଜାମ, ‌କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରିପାରିବେନି। ସରକାରୀ ଅର୍ଥରେ କୌଣସି ବିଜ୍ଞାପନ ଦିଆଯିବନି। ସେହିପରି ଯେଉଁ ଅପରାଧଗୁଡ଼ିକ ଧାରା ୧୫୩ଏ, ୧୫୩ବି, ୧୭୧ବି, ୧୭୧ସି, ୧୭୧ଡି,୧୭୧ଜି, ୧୭୧ଏଚ୍‌ ଏବଂ ଅାଇପିଓର ୫୦୫ ସମ୍ପର୍କିତ ଯେଉଁ ଅପରାଧ ଘଟିବ ସେଗୁଡ଼ିକୁ ତୁରନ୍ତ, ନିରପେକ୍ଷ ଭାବେ ଏବଂ ଠିକ୍‌ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ‌େନବାକୁ କୁହାଯାଇଛି। ସବୁ ସରକାରୀ କର୍ମଚାର ରାଜ୍ୟ ନିର୍ବାଚନ କମିସନଙ୍କ ଆଦର୍ଶ ଆଚରଣ ବିଧିକୁ ପାଳନ କରିବେ। ‌ଯିଏ ଉଲ୍ଲଂଘନ କରିବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୁଖ୍ୟ ସଚିବଙ୍କ ପକ୍ଷରୁ ମାର୍ଚ୍ଚ ୨ରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe