ମୟୂରଭଞ୍ଜରେ ମୁଖ୍ୟ ଶାସନସଚିବ

Advertisment
ମୟୂରଭଞ୍ଜରେ ମୁଖ୍ୟ ଶାସନସଚିବ

ବାରିିପଦା: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କରଞ୍ଜିଆ ଗସ୍ତରେ ଆସି ଦେଓ ଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ହାତୀବାରିଠାରେ ନିର୍ମାଣଧୀନ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ ଅନୁଧ୍ୟାନ କରିବା ସହ ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତାଙ୍କ ସହିତ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧୀକ୍ଷକ ଋଷିକେଶ ଧ୍ୟାନଦେଓ ଖିଲାରୀ, ପାଞ୍ଚପୀଢ଼ ଉପଜିଲ୍ଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ, ଦେଓ ସେଚ ପ୍ରକଳ୍ପର ମୁଖ୍ୟ ନିର୍ମାଣଯନ୍ତ୍ରୀ ବାଦଲ କୁମାର ସାହୁଙ୍କ ସମେତ  ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ଖରିଫ୍ ଋତୁରେ ଏହି ପ୍ରକଳ୍ପରୁ ୩୫୦୦ ହେକ୍ଟର ଜମିରେ ଜଳସେଚନ ଯୋଗାଇ ଦିଆଯାଇଥିଲା। ଏହି ପ୍ରକଳ୍ପ ଶେଷ ହେଲେ ୯୯୦୦ ହେକ୍ଟର ଜମି ଜଳସେଚନ ହୋଇପାରିବ ବୋଲି କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe