ଏସ୍‌ସିବି ସଂପ୍ରସାରଣ କାର୍ଯ୍ୟ ଦେଖିଲେ ମୁଖ୍ୟ ସଚିବ: ଅଚଳ ଭେଣ୍ଟିଲେଟର୍‌, ଆଇସିୟୁ ଦେଖିଲେନି

Advertisment

ଆଜି କଟକ ବଡ଼ଡାକ୍ତରଖାନାରେ ପହଞ୍ଚି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ସ୍ବାସ୍ଥ୍ୟ ସଚିବ ଅଶ୍ବସ୍ତି ଏସ୍‌.। ସେମାନେ ଏସ୍‌ସିବିରେ ରୋଗୀ ସେବା ଠାରୁ ଆରମ୍ଭ କରି ନିର୍ମାଣାଧୀନ ସଂପ୍ରସାରିତ ଏମ୍‌ସପ୍ଲସ୍‌ ଏସ୍‌ସିବିର ଅଗ୍ରଗତିର ସମୀକ୍ଷା କରିଥିଲେ।

ଆଜି କଟକ ବଡ଼ଡାକ୍ତରଖାନାରେ ପହଞ୍ଚି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ସ୍ବାସ୍ଥ୍ୟ ସଚିବ ଅଶ୍ବସ୍ତି ଏସ୍‌.। ସେମାନେ ଏସ୍‌ସିବିରେ ରୋଗୀ ସେବା ଠାରୁ ଆରମ୍ଭ କରି ନିର୍ମାଣାଧୀନ ସଂପ୍ରସାରିତ ଏମ୍‌ସପ୍ଲସ୍‌ ଏସ୍‌ସିବିର ଅଗ୍ରଗତିର ସମୀକ୍ଷା କରିଥିଲେ।

dsd

କଟକ: ଆଜି କଟକ ବଡ଼ଡାକ୍ତରଖାନାରେ ପହଞ୍ଚି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ସ୍ବାସ୍ଥ୍ୟ ସଚିବ ଅଶ୍ବସ୍ତି ଏସ୍‌.। ସେମାନେ ଏସ୍‌ସିବିରେ ରୋଗୀ ସେବା ଠାରୁ ଆରମ୍ଭ କରି ନିର୍ମାଣାଧୀନ ସଂପ୍ରସାରିତ ଏମ୍‌ସପ୍ଲସ୍‌ ଏସ୍‌ସିବିର ଅଗ୍ରଗତିର ସମୀକ୍ଷା କରିଥିଲେ। ଏସ୍‌ସିବିର ଭିତ୍ତିଭୂମି, ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି, ବ୍ୟବସ୍ଥିତ ରୋଗୀ ‌ସେବା ସମ୍ପର୍କରେ ପ୍ରତି ମାସରେ ସମୀକ୍ଷା କରି ରିପୋର୍ଟ ଦେବାକୁ ଆର୍‌ଡିସି ବି. ପରମେଶ୍ବରମ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ନୂତନ ଭାବେ ନିର୍ମାଣ ହୋଇଥିବା ଆବାସିକ କୋଠାଗୁଡ଼ିକୁ ପର୍ଯ୍ୟାୟକ୍ରମେ ହସ୍ତାନ୍ତର ପାଇଁ ଓବିସିସି ଓ ନିର୍ମାଣକାରୀ ସଂସ୍ଥା ସହ ଆଲୋଚନା କରିଥିଲେ। ଅନ୍ୟପଟେ ଅଚଳ ଭେଣ୍ଟିଲେଟର୍‌କୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିବା ପରେ ଆଜିର ଏହି ଗସ୍ତ ବେଶ୍‌ ଗୁରୁତ୍ବ ରଖିଥିଲା।

ତେବେ ଅଧିକାରୀମାନେ କୌଣସି ଆଇସିୟୁ ୱାର୍ଡ ପରିଦର୍ଶନ କରି ନ ଥିଲେ କି ଅଚଳ ଭେଣ୍ଟିଲେଟର୍‌ ସମ୍ପର୍କରେ ଆଲୋଚନା କରି ନ ଥିବା ଜଣାପଡ଼ିଛି। ଏସ୍‌ସିବିରେ ଭେଣ୍ଟିଲେଟର୍‌ ଅଚଳ ସାଙ୍ଗକୁ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ନେଇ ଗତକାଲି ବିଧାନସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠିବା ପରେ ଆଜି ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ସଚିବ ଏସ୍‌ସିବି ଗସ୍ତରେ ଆସିଥିଲେ। ଏସ୍‌ସିବି ଡିନ୍‌ ତଥା ଅଧ୍ୟକ୍ଷ ଓ ଅଧୀକ୍ଷକ ଦାୟିତ୍ବରେ ଥିବା ପ୍ର‌ଫେସର ଡାକ୍ତର ଲୁସି ଦାସ ଛୁଟିରେ ଥିଲେ। ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ପରେ ସମସ୍ତେ ଛାତ୍ରୀନିବାସକୁ ଯାଇଥି‌ଲେ। ସେଠାକାର ଅବସ୍ଥା ଦେଖି 
ମୁଖ୍ୟ ସଚିବ ବିରକ୍ତି ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ, ଏସ୍‌ସିବିରେ ନିର୍ମାଣାଧୀନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଲୋଚନା କରାଯିବା ସହ ଅନ୍ୟାନ୍ୟ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। କିନ୍ତୁ ଅଚଳ ଭେଣ୍ଟିଲେଟର୍‌ ଓ ଆଇସିୟୁ ସଂପର୍କରେ ସ୍ବାସ୍ଥ୍ୟ ସଚିବ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe