କୋଭିଡ ରୋଗୀଙ୍କ ସେବା ଯତ୍ନ ପାଇଁ ଏମ୍‌କେସିଜି ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କଲେ ମୁଖ୍ୟ ସଚିବ

Advertisment
୨,୦୦୫ କୋଟିର ୧୦ ପ୍ରକଳ୍ପ ମଞ୍ଜୁର: ୩,୫୪୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

YouTube

ଭୁବନେଶ୍ବର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ୍‌ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ ରୋଗୀଙ୍କୁ ନିଃଶ୍ବାର୍ଥପର ଭାବେ ସେବା ଯତ୍ନ ନେଉଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କ ଉଦ୍ୟମକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭୂୟଶୀ ପ୍ରଶଂସା କରିଛନ୍ତି। ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ଟ୍ବିଟର୍‌ ଆକାଉଣ୍ଟରେ ସ୍ବାସ୍ଥ୍ୟ କର୍ମୀମାନେ ସ୍ବାଭାବିକ ସ୍ବାସ୍ଥ୍ୟ ସେବା ବାହାରେ କୋଭିଡ ଆକ୍ରାନ୍ତଙ୍କୁ ଶୀଘ୍ର ସୁସ୍ଥ କରିବା ପାଇଁ କିପରି ଯତ୍ନ ନେଉଛନ୍ତି ସେ ସଂକ୍ରାନ୍ତ ଏକ ଛୋଟ ଅବଧିର ଭିଡିଓ ଅପଲୋଡ୍‌ ହୋଇଛି। ଯାହାକୁ ନେଇ ଚାରିଆଡ଼ୁ ସେମାନଙ୍କ ପାଖକୁ ଧନ୍ୟବାଦର ସୁଅ ଛୁଟିବାରେ ଲାଗିଛି।

ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସ୍ବାସ୍ଥ୍ୟକର୍ମୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି, ମଣିଷକୁ ଭଲପାଇ ନିଷ୍ଠାପର ଭାବେ ସେବା କଲେ ସମସ୍ତଙ୍କ ହୃଦୟ ଜିତିହେବ। ଯାହା ଏମ୍‌କେସିଜିର ସ୍ବାସ୍ଥ୍ୟ କର୍ମୀମାନେ କରି ଦେଖାଇଛନ୍ତି। ସ୍ବାସ୍ଥ୍ୟକର୍ମୀମାନଙ୍କ ଏପରି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଆଦର୍ଶଗତ ଉଦାହରଣ ସୃଷ୍ଟି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe