ମୁଖ୍ୟ ଶାସନ ସଚିବଙ୍କ ମା' ତାରିଣୀ ଦର୍ଶନ

ମୁଖ୍ୟ ଶାସନ ସଚିବଙ୍କ ମା' ତାରିଣୀ ଦର୍ଶନ

ଘଟଗାଁ: ଶନିବାର ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ତାଙ୍କ ସହଧର୍ମିଣୀ ଘଟଗାଁ ଆସି ମା' ତାରିଣୀଙ୍କ ଦର୍ଶନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କେନ୍ଦୁଝର ଗସ୍ତରେ ଆସି ପ୍ରଥମେ ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ଟସର ସିଲ୍‌କ ସୋସାଇଟି ପରିଦର୍ଶନ କରିଥିଲେ। ପରେ ଘଟଗାଁରେ ପହଞ୍ଚି ମା' ତାରିଣୀଙ୍କ ଦର୍ଶନ କରିଥିଲେ। ପୂଜକ ଶରତ ଚନ୍ଦ୍ର ଦେହୁରୀ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ସେ ମନ୍ଦିରର ପାରିପାର୍ଶ୍ଵିକ ଉନ୍ନୟନ ସମ୍ପର୍କରେ ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ଓ ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। କୋଭିଡ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ। ମନ୍ଦିରରେ ପହଞ୍ଚିବା ପ‌ରେ ତାଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।

publive-image

ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ରୁଦ୍ରନାରାୟଣ ମହାନ୍ତ, ପ୍ରମୋଦ କୁମାର ଦେହୁରୀ, ନିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ, ବଳଭଦ୍ର ନନ୍ଦ, ଆନନ୍ଦ ଚନ୍ଦ୍ର ସିଂହ, କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଘଟଗାଁ ବିଡିଓ ନାରାୟଣ ସାହୁ, ଥାନା ଅଧିକାରୀ ଶ୍ୟାମଘନ ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe