ରାଉରକେଲାର ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ରାଉରକେଲାର ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ରାଉରକେଲା: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି।  ତାଙ୍କ ସହ ୫ ଟି ସଚିବ ଭି.କେ.ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣନ ଓ ଇଡ଼କୋ ସଚିବ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ମଧ୍ୟ ଯାଇଥିଲେ। ମୁଖ୍ୟ ଶାସନ ସଚିବ ଚାଲିଥିବା କାମର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଅଭ୍ୟାସ ପଡ଼ିଆ କାମର ସ୍ଥିତି ପରଖିଥିଲେ।

publive-image

ରାଉରକେଲାରେ ୧୧୪ କୋଟି ଟଙ୍କା ବ୍ୟୟରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ନିର୍ମାଣ ହେଉଛି । ୨୦୨୩ରେ ଏହି ଷ୍ଟାଡିୟମରେ ପୁରୁଷ ହକି ମ୍ୟାଚ ଅନୁଷ୍ଠିତ ହେବ।  ଷ୍ଟାଡିୟମରେ ପହଞ୍ଚିବା ଲାଗି ଚାରି ଲେନ ରାସ୍ତା ଓ ପାର୍କିଙ୍ଗ ନିର୍ମାଣ କରାଯିବ। ଏହି କାର୍ଯ୍ୟରେ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ବିପିୟୁଟି ପରିସରରେ ୨୦୦ ବେଡର ଏକ ଭବନ ନିର୍ମାଣ କରାଯିବାର ଯୋଜନା ରହିଛି। ଷ୍ଟାଡିୟମ ପ୍ରାୟ ୧୬ ଏକର ଜମିରେ ନିର୍ମାଣ ହେଉଛି।

ଗତବର୍ଷ ଫେବ୍ରୁଆରି ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟଜ ଏହି ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣର ଶିଳାନ୍ୟାସ କରିଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଅନ୍ୟମାନେ ଛେଣ୍ଡସ୍ଥିତ ଶୀତଳ ଭଣ୍ଡାର, ଛେଣ୍ଡ ହାଟ ବି ବୁଲି ଦେଖିଥିଲେ। ଶେଷରେ ପାନପୋଷ ବାଇପାସ ରୋଡରେ ନିର୍ମାଣାଧୀନ ପ୍ରଶାସନିକ କୋଠା ଓ ଉଦିତନଗରରେ ମୋ ସ୍କୁଲ ଅଭିଯାନରେ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଲି ଦେଖି ଭୁବନେଶ୍ୱର ଫେରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe