RailPost.in
ଭୁବନେଶ୍ବର : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଛତିଶଗଡ଼ ପଟୁ ଓଡ଼ିଶା ପ୍ରତି ଅଧିକ ବିପଦ ଆଶଙ୍କାରେ ସେଠାକୁ ସମସ୍ତ ପ୍ରକାର ଯାତ୍ରୀ ସେବାକୁ ରାଜ୍ୟ ସରକାର ଏପ୍ରିଲ୍ ୩୦ ଯାଏ ବାତିଲ କରିଛନ୍ତି। ଆସନ୍ତା ୧୦ ତାରିଖରୁ ଛତିଶଗଡ଼ରୁ କିମ୍ବା ଛତିଶଗଡ଼ ଦେଇ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବାକୁ ବାତିଲ କରିବାକୁ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।
ଶ୍ରୀ ମହାପାତ୍ର ଆହୁରି ଦର୍ଶାଇଛନ୍ତି ଯେ ଓଡ଼ିଶାରେ କରୋନା ସ୍ଥିତି ସେତେଟା ଉଦ୍ବେଗଜନକ ହୋଇ ନ ଥିଲେ ମଧ୍ୟ ବାହାର ରାଜ୍ୟର ଲୋକଙ୍କ ଯା’ଆସ ଲାଗି ରହିଥିବାରୁ ତାହାର ପ୍ରଭାବ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପଡ଼ୁଛି। ଦେଶର ଯେ କୌଣସି ସ୍ଥାନରୁ ଟ୍ରେନ୍ରେ ଓଡ଼ିଶା ଆସୁଥିବା ଯାତ୍ରୀ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇ ଡୋଜ୍ ଟିକାକରଣ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ କରାଯାଇଛି। ଏହାକୁ ରେଳବାଇ ପକ୍ଷରୁ ନିଶ୍ଚିତ କରାଯିବାର ଆବଶ୍ୟକତା ରହିଛି। ଆସନ୍ତା ୧୦ ତାରିଖଠାରୁ ଏହି କଟକଣା ଲାଗୁ କରାଯିବ।
Follow Us