ମୁଖ୍ୟ ଶାସନ ସଚିବଙ୍କ ଝାରସୁଗୁଡ଼ା ଗସ୍ତ

ମୁଖ୍ୟ ଶାସନ ସଚିବଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡା: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶନିବାର ଝାରସୁଗୁଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ। ଏଠାରେ ପହଞ୍ଚିବା ପରେ ଶ୍ରୀ ମହାପାତ୍ର ବାଲିଯୋରୀଠାରେ ମୁଖ୍ୟ ଡାକ୍ତାଖାନା ନିକଟରେ ଏମ୍‌ସିଏଲ୍‌ ସହାୟତାରେ ନିର୍ମାଣାଧୀନ ହାର୍ଟ ହସପିଟାଲ (କାର୍ଡିଆକ୍‌ କେୟାର) ପରିଦର୍ଶନ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଉତ୍ତରାଞ୍ଚଳ ରାଜସ୍ବ କମିସନର ସୁରେଶ ଦଳାଇ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ତଥା ଅନ୍ୟାନ୍ୟ ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଝାରସୁଗୁଡ଼ା ଜିଲ୍ଲାରେ ସହର ଓ ଗ୍ରାମାଞ୍ଚଳକୁ ପାଇପ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟ କିଭଳି ତ୍ବରାନିତ ହେବ ଓ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୫୦ ପ୍ରତିଶତ ପରିବାରଙ୍କୁ କିଭଳି ପାନୀୟ ଜଳ ଯୋଗାଣ କରାଯିବ ସେ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଜିଲ୍ଲାରେ ଚାଲିଥିବା ୧୧ଟି ମେଗା ଉଠା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଓ ଏହାକୁ ସଂପୂର୍ଣ୍ଣ କରାଯିବା ଉପରେ ଆଲୋଚନା କରାଯାଇ ଏହି ଜଳସେଚନ ଯୋଜନାରେ ଜିଲ୍ଲାର ଚାଷୀ କିଭଳି ଉପକୃତ ହେବ‌େ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।

ଏହା ସହିତ ହାର୍ଟ ହସପିଟାଲ ନିର୍ମାଣ କାର୍ଯ୍ୟ ତଦାରଖ କରିଥିବା କହିଥିଲେ। ହାର୍ଟ ହସପିଟାଲ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ୍‌ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଥିଲେ। ପରେ ସେ ଏଚ୍‌. କଟାପାଲିଠାରେ ନିର୍ମାଣାଧୀନ ଜଳ ବିଶୋଧନ‌ାଗାର ପ୍ରକଳ୍ପ ଓ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe