ମୁଖ୍ୟ ଶାସନ ସଚିବଙ୍କ ହ୍ବାଟସ୍‌ଆପ୍ ହ୍ୟାକ୍

Advertisment
ମୁଖ୍ୟ ଶାସନ ସଚିବଙ୍କ ହ୍ବାଟସ୍‌ଆପ୍ ହ୍ୟାକ୍

The Sentinel Assam

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ହ୍ବାଟ୍‌ସଆପ୍‌ ହ୍ୟାକ୍ କରିଛନ୍ତି ସାଇବର ଠକ। ୯୩୧୫୬୪୧୭୮୪ ନମ୍ବରରେ ଶ୍ରୀ ମହାପାତ୍ରଙ୍କ ଫଟୋକୁ ହ୍ବାଟସ୍‌ଆପ୍‌ ଆକାଉଣ୍ଟରେ ଲଗାଇ ଆମାଜନ କମ୍ପାନିଠାରୁ ବିଲ୍‌ ପୈଠ କରିବା ପାଇଁ ଦୁବୃର୍ତ୍ତ ମେସେଜ୍ ପଠାଉଥିବା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ଦୃଷ୍ଟିକୁ ଆସିଛି। ତେଣୁ କେବଳ ମୁଖ୍ୟ ଶାସନ ସଚିବ ନୁହେଁ, ସରକାରଙ୍କ କୌଣସି ବରିଷ୍ଠ ଅଧିକାରୀଙ୍କ ଫଟୋ ଥିବା ହ୍ବାଟସ୍‌ଆପ୍ ମେସେଜ୍ ଆସିଲେ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟ ଶାସନ ସଚିବ କୌଣସି ବିଲ୍‌ ପୈଠ ବା କୌଣସି ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହି ନାହାନ୍ତି କି କୁହନ୍ତି ନାହିଁ। ଏମିତି କୌଣସି ମେସେଜ୍ ପାଇବା ମାତ୍ରେ ନିକଟତମ ସାଇବର ପୁଲିସ ଷ୍ଟେସନ୍ କିମ୍ବା ପୁଲିସ ଷ୍ଟେସନ୍‌ରେ ଜଣାଇବା ଲାଗି କୁହାଯାଇଛି। ଏଭଳି ମେସେଜ୍‌ରେ କୌଣସି ବ୍ୟକ୍ତି କାରବାର କଲେ ଏଥିପାଇଁ ମୁଖ୍ୟ ଶାସନ ସଚିବ ଦାୟୀ ରହିବେ ନାହିଁ ବୋଲି ଏକ ପ୍ରେସ୍ ବାର୍ତାରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe