ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ: ମୁଖ୍ୟ ଶାସନ ସଚିବ

ବିଭିନ୍ନ ପ୍ରକଳ୍ପ ଓ ସେବା ଯୋଗାଇବା ପାଇଁ ଓରସାକ୍‌ ତଥ୍ୟ ବ୍ୟବହାର କର: ମୁଖ୍ୟସଚିବ

ET Government

ଭୁବନେଶ୍ବର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସେ କହିଛନ୍ତି, ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ। ହୀରାକୁଦ ଡ୍ୟାମରୁ ବହୁତ ପାଣି ଆସୁଛି। ବନ୍ୟାପାଣିକୁ ରେଗୁଲେଟ୍ କରାଯାଉଛି। ମୁଣ୍ଡଳିରେ ୧୦.୫ ଲକ୍ଷ କ୍ୟୁସେକ୍ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ବିଭିନ୍ନ ନଦୀବନ୍ଧ ଉପରେ ସତର୍କ ନଜର ରଖାଯାଇଛି। ତେବେ କୌଣସି ଜାଗାରେ ବଡ଼ ଘାଇ ହେବାର ସମ୍ଭାବନା ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

ସୂଚନାଯୋଗ୍ୟ, ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ରବିବାର ଦିନ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସମୀକ୍ଷା କରିଛନ୍ତି। ସେଚସଦନ ସ୍ଥିତ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଛତିଶଗଡ଼ରୁ କେତେ ପାଣି ଆସୁଛି, ହୀରାକୁଦରେ କେତେ ଗେଟ୍‌ ଖୋଲାଯାଇପାରିବ, ତଳ ମୁଣ୍ଡରେ ସ୍ଥିତି କ’ଣ ଅଛି ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ଏହାପରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ରାଜ୍ୟରେ ସମ୍ଭାବ୍ୟ ମଧ୍ୟମ ଧରଣର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ଅଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି। ସରପଞ୍ଚମାନଙ୍କ ସହ ବି ଯୋଗାଯୋଗ କରାଯାଉଛି।

ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଜଳସମ୍ପଦ ବିଭାଗର ବରିଷ୍ଠ ଓ ଅଭିଜ୍ଞ ଯନ୍ତ୍ରୀ ଏବଂ ପଦାଧିକାରୀମାନେ ଉପସ୍ଥିତ ରହି ସ୍ଥତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ପୂର୍ବରୁ ସମସ୍ତ ନଦୀ ବନ୍ଧ ଯାଞ୍ଚ କରାଯାଇ ଦୁର୍ବଳ ଥିବା ନଦୀ ବନ୍ଧ ମରାମତି ସୁଦୃଢ଼ କରାଯାଇଥିଲା ଏବଂ ପୂର୍ବରୁ ସୃଷ୍ଟି ହୋଇଥିବା ଘଳିଆ ମରାମତି କରାଯାଇଥିଲା। ଏହାସହ ବିଭିନ୍ନ ସ୍ଥାନରେ ବାଉଁଶ, ବାଲି, ବଲ୍ଲା ଆଦି ମହଜୁଦ୍ ରଖାଯାଇଛି। ଅଧିକ ବର୍ଷା ଜଳ ହୀରାକୁଦକୁ ପ୍ରବେଶ ନକଲେ ବର୍ତ୍ତମାନ ହୀରାକୁଦର ଅଧିକ ଗେଟ୍‌ ଖୋଲାଯିବନି। ଏହି ବୈଠକରେ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ (୨), ମହାନଦୀ-କାଠଯୋଡ଼ି ବେସିନ୍‌ ମ୍ୟାନେଜର ଭକ୍ତରଂଜନ ମହାନ୍ତିଙ୍କ ସମେତ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe