odishasuntimes.com
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ବନ୍ୟା ବିପତ୍ତି ଆଟଲାାସ (Flood Hazard Atlas for Odisha) ଉନ୍ମୋଚନ କରିଛନ୍ତି। ଏହି ଆଟଲାସକୁ ଉନ୍ମୋଚିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ଏକ ନିୟମିତ ପ୍ରାକୃତିକ ବିପର୍ଯ୍ୟୟ ଭାବେ ବନ୍ୟା ପ୍ରତିବର୍ଷ ଅନେକ ଧନଜୀବନ ଓ ଜୀବିକା ନଷ୍ଟ କରୁଛି। ଏହି ଆଟଲାସ ଦ୍ୱାରା ରାଜ୍ୟର ସ୍ୱତନ୍ତ୍ର ବିପତ୍ତି ଅଞ୍ଚଳଗୁଡ଼ିିକ ଚିହ୍ନଟ କରାଯାଇ ଏହାର ମୁକାବିଲା କରିବା ପାଇଁ ଉପଯୁକ୍ତ ଯୋଜନା ଓ ପ୍ରସ୍ତୁତି କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି। ବନ୍ୟା ପରିଚାଳନାରେ ଏହି ଆଟଲାସ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Bhubaneswar Liveସୂଚନାଯୋଗ୍ୟ, ଯେ ୨୦୦୦-୨୦୧୮ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇଥିବା ବନ୍ୟା ସଂପର୍କିତ ବିଭିନ୍ନ ତଥ୍ୟର ଅନୁଶୀଳନ କରାଯାଇ ଏହି ଆଟଲାସ ପ୍ରସ୍ତୁତ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ ବର୍ଷକୁ ରାଜ୍ୟର ପ୍ରାୟ ୧୪ ଲକ୍ଷ ହେକ୍ଟର ଚାଷଜମି ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ହେଉଛି। ଆଟଲାସ ସହାୟତାରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇପାରିବ ବୋଲି ସୂଚନା ଦିଆଯାଇଛି। ହାଇଦ୍ରାବାଦସ୍ଥିତ ନ୍ୟାସନାଲ୍ ରିମୋଟ୍ ସେନସିଂ ସେଣ୍ଟର ଓ ଓସଡମା ର ମିଳିତ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ ସାହୁ,ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମା ମାର୍ଣ୍ଡି, ସୂଚନା ଲୋକସଂପର୍କ ଓ ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ, ନ୍ୟାସନାଲ୍ ରିମୋଟ ସେନସିଂ ସେଣ୍ଟର ନିର୍ଦ୍ଦେଶକ ଡ. ଦିବାକାର, ମୁଖ୍ୟଶାସନ ସଚିବ,ଉନ୍ନୟନ କମିଶନର,ସ୍ୱତନ୍ତ ରିଲିଫ କମିଶନର ପ୍ରମୁଖ ଉପସ୍ଥିତ ଥିଲେ।
Follow Us