ହୀରାକୁଦ ଜଳଭଣ୍ଡାର ପଛୁଆ ପାଣିରେ ବୁଡ଼ିଲା ଚିଖିଲି

Advertisment
ହୀରାକୁଦ ଜଳଭଣ୍ଡାର ପଛୁଆ ପାଣିରେ ବୁଡ଼ିଲା ଚିଖିଲି

ବରଗଡ଼ : ମହାନଦୀ ଉପରମୁଣ୍ଡରେ ମାତ୍ରାଧିକ ବର୍ଷା ଏବଂ ଛତିଶଗଡ଼ର ମନମୁଖୀ ଜଳ ପରିଚାଳନା ଯୋଗୁଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଚିଖିଲି ଗାଁରେ ବନ୍ୟା ପରିସ୍ଥିତି ଜାରି ରହିଛି। ହୀରାକୁଦ ଜଳଭଣ୍ଡାର ପଛୁଆ ପାଣିରେ ଚିଖିଲି ସମେତ ଅନ୍ତରାଡ଼ି, ଘୁଘୁରାପାଲି, ବେନିଆଁପାଲି, ଗଣ୍ଠିଆପାଲି ଗାଁର ୭ଶହ ହେକ୍ଟରରୁ ଅଧିକ ଜମି ସଂପୂର୍ଣ୍ଣ ବୁଡ଼ି ଯାଇଛି। ଜମି ଉପରେ ବନ୍ୟା ପାଣି ଭରି ରହିଛି। ଚିଖିଲି ଗାଁ ସଂପୂର୍ଣ୍ଣ ପାଣି ଘେରାରେ ଥିବାବେଳେ ମହାନଦୀ ସଂଲଗ୍ନ ଅନ୍ୟ ଗାଁର ଚାଷଜମି ବୁଡ଼ି ରହିଛି। ଅଗ୍ନିଶମ କର୍ମଚାରୀମାନେ ଚିଖିଲି ଗାଁର ପାଖାପାଲି ୯୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ଗଣ୍ଠିଆପାଲି ସ୍କୁଲରେ ଥଇଥାନ କରିଛନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।

ଏଡିଏମ୍‌ ନବୀନ ପଟେଲ, ବିଡିଓ ଅଲ୍‌ଫ୍ରାନ୍‌ସ ବିଲୁଂଗ, ତହସିଲଦାର ସୀତାରାମ ‌ଭୋଇଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଜଳମଗ୍ନ ଅଂଚଳ ପରିଦର୍ଶନ କରିବା ସହ ରିଲିଫ୍‌ କେନ୍ଦ୍ର ପରିଚାଳନା ବ୍ୟବସ୍ଥା ତଦାରଖ କରିଛନ୍ତି। ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ପରେ ସେଠାକାର ଗଂଗରେଲ୍‌, କଲ୍‌ମା ଏବଂ ସାରାଡିହି ବ୍ୟାରେଜ୍‌ରୁ ପାଣି ଛଡ଼ା ଯାଇଛି। କିନ୍ତୁ ପାଣି ନିଷ୍କାସନ ପୂର୍ବରୁ ନିକଟବର୍ତୀ ଓଡ଼ିଶାର ଜିଲ୍ଲା (ବରଗଡ଼) ପ୍ରଶାସନକୁ କିଛି ଖବର ଦିଆଯାଇନାହିଁ। ଯଦ୍ବାରା ଲୋକଙ୍କୁ ଜଳବନ୍ଦୀ ହେବା ପୂର୍ବରୁ ସତର୍କ ସୂଚନା ମିଳିପାରି ନାହିଁ। ଅନ୍ୟପକ୍ଷରେ ଚିଖିଲି ଗାଁର ୪୦/୫୦ ଜଣ ଲୋକ ନିଜ ପକ୍କା ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି। ବୁଝାସୁଝା ପରେ ବି ସେମାନେ ଆଶ୍ରୟସ୍ଥଳୀକୁ ଆସିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe