ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି ଅଭି‌ଯୋଗ: ୫ ଦିନ ହେଲା ପୁଅକୁ ନ ପାଇ ବାପା-ମା’ ନିରାଶ

କିଏ ସେହି ଦିଦି? ବିଭିନ୍ନ ଦିଗ ନେଇ ସନ୍ଦେହ

ଜଗତସିଂହପୁର ସହରରେ ଆଲୋଡ଼ନ: ୧୫ ଦିନର ଶିଶୁପୁତ୍ରକୁ ୧୦ ହଜାରରେ ବିକ୍ରି!

The New Indian Express

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ୱାର୍ଡରୁ ନବଜାତକ ଶିଶୁଚୋରି ଭଳି ସାଂଘାତିକ ଅଭିଯୋଗ ଆସିଛି। ନବଜାତକଟି ଏକ ପୁଅ ଥିଲା ବୋଲି ଜଣାପଡ଼ିଛି। ଏ ନେଇ ନବଜାତକର ମା’ ଜଲି ସ୍ବାଇଁ, ବାପା ରବି ସ୍ବାଇଁ ଅଭିଯୋଗ କରିଛନ୍ତି। ଟାଉନ୍‌ ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜାନୁଆରି ୨୮ ତାରିଖରେ ନୟାଗଡ଼ ଇଟାମାଟି ଥାନା ଅଧୀନ ନୋତ୍ତର ଗ୍ରାମର ଜଲିଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହାପରେ ଆଶା କର୍ମୀ ଭାନୁମତୀ ନାୟକଙ୍କ ସହାୟତାରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ। କୌଣସି କାରଣରୁ ତାଙ୍କ ସ୍ବାମୀ କିମ୍ବା ଅନ୍ୟ କେହି ସମ୍ପର୍କୀୟ ଆସି ପାରି ନଥିଲେ। ତେବେ, ସେହଦିନ ପ୍ରାୟ ୧୦ଟା ସମୟ‌ରେ ଜଲିଙ୍କର ଏକ ପୁଅ ହୋଇଥିଲା। ଏହାପରେ ଚିକିତ୍ସାଳୟର କେହି ଜଣେ ଦିଦି ଟିକା ଦେବାକୁ କହି ଜଲିଙ୍କଠାରୁ ତାଙ୍କ ପୁଅକୁ ନେଇଯାଇଥିଲେ। ଏହାପରେ ସଂପୃକ୍ତ ଦିଦି, ଜଲିଙ୍କୁ ତାଙ୍କ ପୁଅକୁ ଫେରାଇ ନଥିଲେ। ବହୁ ଖୋଜାଖୋଜି କରିବାପରେ ନବଜାତକର କୌଣସି ପତ୍ତ‌ା ନ ମିଳିବାରୁ ଜଲି ନିଜ ଘରକୁ ଫେରି ଆସିଥିଲେ। ଜଲି ଏତେ ଚାଲାକଚତୁର ହୋଇ ନଥିବାରୁ ପିଲାକୁ ନ ପାଇବା ବି କୌଣସି ପ୍ରତିବାଦ କରିନଥିଲେ। ଏହାପରେ ଜଲି ଓ ତାଙ୍କ ସ୍ବାମୀ ୫ ଦିନହେବ ନବଜାତକକୁ ପାଇବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଧାଇଁ ଧାଇଁ ନିରାଶ ହେବା ପରେ ଆଜି ଚିକିତ୍ସାଳୟ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଟାଉନ ଥାନା ପୁଲିସ ନବଜାତକର ପିତାମାତାଙ୍କୁ ନେଇ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଜଲିଙ୍କୁ ଚିକିତ୍ସାଳୟ ଆଣି ଆସିଥିବା ଆଶା କର୍ମୀ ଭାନୁମତୀ କହିଛନ୍ତି, ‘ ୨୮ ତାରିଖ ଦିନ ଜଲିଙ୍କର ପ୍ରସବ ହେବାପରେ ‌ମୋର ଟ୍ରେନିଂ ଥିବାରୁ ମୁଁ ଚିକିତ୍ସାଳୟରୁ ଚାଲିଯାଇଥିଲି। ତାଙ୍କୁ ଚିକିତ୍ସାଳୟରେ ୪୮ ଘଣ୍ଟା ରହିବାକୁ ପରାମର୍ଶ ଦେଇଥିଲି। ତେବେ ସେଦିନ ସନ୍ଧ୍ୟାରେ ଗାଁକୁ ଫେରିବାପରେ ଜଲି ଗାଁରେ ଥିବା ଦେଖିବାକୁ ପାଇଥିଲି।’ ପିଲା କଥା ପଚାରିବାରୁ, ଜଣେ ଦିଦି ଟିକା ନେବାକୁ ପିଲାକୁ ନେଇ ଯାଇ ଆଉ ଫେରାଇନଥିବା ସେ କହିଥିବା ଆଶାକର୍ମୀ ସୂଚନା ଦେଇଛନ୍ତି। ଏ ବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରାଙ୍କୁ ପଚାରିବାରୁ ସେ କହିଛନ୍ତି, ‘ଘଟଣା ବାବଦରେ ମୋ ନିକଟକୁ କୌଣସି ଅଭିଯୋଗ ଆସିନାହିଁ। କ’ଣ ହୋଇଛି ଅନୁଧ୍ୟାନ କରିବି।’ ତେବେ ଏହା ପିଲା ଚୋରି ନା ଏହ ପଛରେ ଅନ୍ୟ କିଛି କାରଣ ରହିଛି, ଘଟଣା ଦିନ କାହିଁକି ତୁରନ୍ତ ନବଜାତକଙ୍କ ପରିବାର ପ୍ରତିବାଦ କଲେନାହିଁ। ଟିକା ଦେବାକୁ ନେଇଥିବା ଦିଦି କିଏ? ଏହି ଭଳି ନାନା ଦିଗ ପ୍ରତି ସନ୍ଦେହ ବଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe