ଧନୁଯାତ୍ରାରେ ଅଭିନୟ କରିବା ପୂର୍ବରୁ ଆଖିବୁଜିଲେ ଶିଶୁ କଳାକାର ଶ୍ରେୟସ, ନିଭାଇଥାନ୍ତେ ବଳରାମ ଭୂମିକା

Advertisment
ଧନୁଯାତ୍ରାରେ ଅଭିନୟ କରିବା ପୂର୍ବରୁ ଆଖିବୁଜିଲେ ଶିଶୁ କଳାକାର ଶ୍ରେୟସ, ନିଭାଇଥାନ୍ତେ ବଳରାମ ଭୂମିକା

ବରଗଡ଼: ଦୁଇ ସପ୍ତାହ ପରେ ଅର୍ଥାତ ଆସନ୍ତା ୨୭ ତାରିଖରୁ ବରଗଡ଼ରେ ଐତିହାସିକ ଧନୁଯାତ୍ରା ଆରମ୍ଭ ହେବ। କୋଭିଡ-୧୯ ‌କଟକଣା ଯୋଗୁଁ ୨ ବର୍ଷ ଧନୁଯାତ୍ରାର ଆୟୋଜନ ହୋଇପାରି ନଥିଲା। କିନ୍ତୁ ଏଥର ଧନୁଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିଲା ବେଳେ କଳାକାର, ବରଗଡ଼ବାସୀଙ୍କ ପାଇଁ ଏକ ଅଶୁଭ ଖବର ଆସିଛି। ଧନୁଯାତ୍ରାର ଶିଶୁ କଳାକାର ଶ୍ରେୟସ ପୂଜାରୀ (୧୨)ଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି। ସେ ଚଳିତ ଧନୁଯାତ୍ରାରେ ବଳରାମ ଚରିତ୍ରରେ ଶୈଶବ ଲୀଳାରେ ଅଭିନୟ କରିଥାଆନ୍ତେ।

ସୂଚନା ଅନୁସାରେ ଶ୍ରେୟସ ଅନ୍ୟ ଦିନ ଭଳି ଆଜି ମଧ୍ୟ ନିଜର ସ୍କୁଲ (ସରସ୍ବତୀ ଶିଶୁ ମନ୍ଦିର, ହିନ୍ଦୀ ବିଭାଗ) ଯାଇଥିଲେ। ସେ ଅପରାହ୍‌ଣ ୨ଟାରେ ଘରକୁ ଫେରିଥିଲେ। ମଧ୍ୟାହ୍ଣ ଭୋଜନ ଖାଇସାରି ସାଙ୍ଗମାନଙ୍କ ସହିତ ଖେଳୁଥିଲେ। ଏହି ଖେଳିବା ସମୟରେ କୌଣସି କାରଣରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

publive-image

ଶିଶୁ କଳାକାର ତଥା ମହେନ୍ଦ୍ର ପୂଜାରୀ ଓ ଜୟନ୍ତୀ ପୂଜାରୀଙ୍କ ଏକମାତ୍ର ପୁଅ ‘ ଶ୍ରେୟସ’ର ମୃତ୍ୟୁରେ ପରିବାର ଲୋକ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ସାହିପଡ଼ିଶା ସମେତ ପୂରା ବରଗଡ଼ରେ ଶୋକର ଛାୟା ଖେଳିଯାଇଛି। ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ଜଣେ କଳାକାରଙ୍କ ମୃତ୍ୟୁକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଶ୍ରେୟସ ପ୍ରଥମ ଥର ପାଇଁ ଜଣେ ଶିଶୁ କଳାକାର ଭାବେ ଧନୁଯାତ୍ରାରେ ଚୟନ ହୋଇଥିଲେ। ଗତ ୬ ତାରିଖଠାରୁ ଅନ୍ୟ କଳାକାରମାନଙ୍କର ସହିତ ରିହର୍ସାଲ ମଧ୍ୟ କରୁଥିଲେ।

publive-imageସୂଚନାଯୋଗ୍ୟ, ୭୫ ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ ହୋଇଛି। ସ୍ଥାନୀୟ ହାଟପଦା ସ୍ଥିତ ଧନୁଯାତ୍ରା ସ˚ଚାରମଣ୍ତଳୀ ପଡ଼ିଆରେ ଧନୁଯାତ୍ରାର ଆୟୋଜନ ହେଉଛି। ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଗତ ୬ ତାରିଖ ଠାରୁ ଗୋପପୁର (ଅମ୍ବାପାଲି) କଲାକାରଙ୍କ ଆଖଡ଼ା ଆରମ୍ଭ ହୋଇଯାଇଛି। ବିନା ପାଣ୍ଡୁଲିପି ବିନା ନିର୍ଦ୍ଦେଶକରେ ନୂଆ କରି ଚୟନ ହୋଇଥିବା ଶିଶୁ କଳାକାରମାନେ ବରିଷ୍ଠ କଳାକାରଙ୍କ ତତ୍ତ୍ୱାବଧାନରେ ଅଭିନୟ ଶିକ୍ଷା ନେଉଛନ୍ତି। କୃଷ୍ଣ ଅଭିନେତା ସମ୍ରାଟ ମହାପାତ୍ର, ମଧୁମଙ୍ଗଳ ସତ୍ୟନାରାୟଣ ଷଡ଼ଙ୍ଗୀ, ରାଧା ବୈଷ୍ଣବୀ ବିର୍ତ୍ତିଆ ଏବଂ ଯଶୋଦା ଭୂମିକା ପାଇଁ ଚୟନ ହୋଇଥିବା ମୁଗ୍ଧା ଦାଶ ଅମ୍ବାପାଲି ସ୍ଥିତ ପାର୍ବତୀ ଗିରି ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଈଶ୍ବର ବାଗ, ଦୟା ପ୍ରଧାନ, ଅଗ୍ନି ଥପା, ପଞ୍ଚାନନ ବିର୍ତ୍ତିଆ ଗୁଲଠୁ ପ୍ରଧାନ, ରାକେଶ ବୁଡେକ, ଶେଷ ବିର୍ତ୍ତିଆ ପ୍ରମୁଖ ଅଭିନୟ ଶିକ୍ଷା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe