ଝରକା କାନ୍ଥ ପଡ଼ି ଜଣେ ଶିଶୁ ମୃତ, ଅନ୍ୟ ଜଣେ ଗୁରୁତର

ଏକ ପରିତ୍ୟକ୍ତ ଘର ମଧ୍ୟରେ ଥିବା କଂକ୍ରିଟ ଝରକା କାନ୍ଥ ଦୁଇ ଶିଶୁ ଉପରେ ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତ ଶିଶୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଟପଦା ସାହିର ଲକ୍ଷ୍ମଣ ଗୌଡ଼ଙ୍କ ୧୨ ବର୍ଷ ପୁଅ ମହେଶ ଗୌଡ଼।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ଡାବୁଗାଁ: ଏକ ପରିତ୍ୟକ୍ତ ଘର ମଧ୍ୟରେ ଥିବା କଂକ୍ରିଟ ଝରକା କାନ୍ଥ ଦୁଇ ଶିଶୁ ଉପରେ ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତ ଶିଶୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଟପଦା ସାହିର ଲକ୍ଷ୍ମଣ ଗୌଡ଼ଙ୍କ ୧୨ ବର୍ଷ ପୁଅ ମହେଶ ଗୌଡ଼।

ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ହାଟପଦା ସାହିର ଦୁଇ ଶିଶୁ ମହେଶ ଗୌଡ଼ ଓ ସାଥୀ ଉମା ଜାନି (୧୦) ଶୌଚ ପାଇଁ ଯିବାକୁ କହି ବୁଧବାର ସକାଳ ୫ଟାରେ ଘରୁ ବାହାରିଥିଲେ। ତେବେ ଦୁହେଁ ଡାବୁଗାଁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିଛାଟିଆ ପରିତ୍ୟକ୍ତ ଗୃହ ମଧ୍ୟରେ କୌଣସି କାରଣରୁ ଯାଇଥିଲେ। ହଠାତ୍ ପରିତ୍ୟକ୍ତ ଗୃହ ମଧ୍ୟରେ ଥିବା ଏକ କଂକ୍ରିଟ ଝରକା କାନ୍ଥ ଦୁଇ ଶିଶୁଙ୍କ ଉପରେ ପଡିବାରୁ ମହେଶ ଗୌଡ଼ ଓ ଉମା ଜାନି ଝରକାର କଂକ୍ରିଟ କାନ୍ଥ ତଳେ ଚାପି ହୋଇ ଯାଇଥିଲେ।

ମହେଶର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶିଶୁ ଉମା ଜାନି ଉପରେ ଚାପି ହୋଇଥିବା ଝରକାର କଂକ୍ରିଟ କାନ୍ଥରୁ ମୁକୁଳିବା ପାଇଁ ଆକୁଳ ଚିତ୍କାର କରିଥିଲେ। ତେବେ ଏହି ପରିତ୍ୟକ୍ତ ଘର ଏକ ନିଛାଟିଆ ସ୍ଥାନରେ ଥିବାରୁ ଶିଶୁ ଟିର ଚିତ୍କାର କେହି ଶୁଣି ପାରି ନ ଥିଲେ। ଶେଷରେ ସକାଳ ୭ଟାରେ ପରିତ୍ୟକ୍ତ ଗୃହରୁ କିଛି ଚିତ୍କାର ଶବ୍ଦ ଶୁଣି ଆଖ ପାଖ ଅଞ୍ଚଳର ଲୋକେ ଯାଇ ଦେଖିବା ବେଳକୁ କଂକ୍ରିଟ ଝରକା ତଳେ ଦୁଇ ଶିଶୁ ଚାପି ହୋଇ ରହିଥିବା ଜାଣି ପାରିଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶିଶୁ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଶିଶୁ ମହେଶ ଗୌଡ଼ କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଶିଶୁ ଉମା ଜାନିକୁ ଡାହାଣ ଗୋଡରେ ପ୍ରବଳ ଆଘାତ ଲାଗି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ଶୌଚ ପାଇଁ ଯାଇ ପୁଅର ଏଭଳି ଅକସ୍ମାତ ମୃତ୍ୟୁ ପରେ ପରିବାର ଓ ସାହି ଲୋକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe