ରାଉରକେଲା : ମୁକୁଳା ଗାତରେ ପଡ଼ି ଶିଶୁ ମୃତ

Advertisment
ରାଉରକେଲା : ମୁକୁଳା ଗାତରେ ପଡ଼ି ଶିଶୁ ମୃତ

Netwerk24

ରାଉରକେଲା : ମୁକୁଳା ଗାତ ଆଜି ଆଉ ଜଣେ ଶିଶୁର ଜୀବନ ନେଇଛି। ଘଟଣାଟି ଘଟିଛି ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ଲୁଙ୍ଗେଇ ବସ୍ତିରେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରଶାସନର ଦାୟିତ୍ବହୀନତା‌ ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଛି।

ବେଦବ୍ୟାସ ଲୁଙ୍ଗେଇ ବସ୍ତିରେ ଲୋକଙ୍କ ଘରୁ ବାହାରୁଥିବା‌ ଆବର୍ଜନା ପାଣିକୁ ନିଷ୍କାସନ କରି ନ ପାରି ଲୋକେ ଏକ ଗାତ ଭିତରକୁ ଛାଡୁଥିଲେ। ଏଥିପାଇଁ ବସ୍ତିରେ ପ୍ରାୟ ୧୦/୧୨ ଫୁଟ୍‌ ଗଭୀର ଗାତ ଖୋଳା ଯାଇଥିଲା। ଏହି ବସ୍ତି‌ରେ ଏକ ଭଡ଼ା ଘରେ ରହୁଥିବା ଅରବିନ୍ଦ ଗିରିଙ୍କ ଦେଢ଼ ବର୍ଷର ପୁଅ ସତ୍ୟମ୍‌ ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ସତ୍ୟମ ଘରେ ଖେଳୁଥିବା ବେଳେ ପରିବାର ଲୋକଙ୍କ ଅଜାଣରେ ଏହି ଗାତରେ ପଡ଼ିଯାଇଥିଲା। ଆବର୍ଜନା ପାଣି ଓ କାଦୁଅ ଥିବାରୁ ସତ୍ୟମ୍‌ ବୁଡ଼ି ଯାଇଥିଲା। ସତ୍ୟମ୍‌ଙ୍କୁ ଗାତରୁ ଉଦ୍ଧା‌ର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ସତ୍ୟମ୍‌ଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଡ୍ରେନ୍‌ ପାଣି ନିଷ୍କାସନର ବିହିତ ବ୍ୟବସ୍ଥା ନ ହେବାରୁ ଲୋକେ ବାଧ୍ୟ ହୋଇ ଗାତ ଖୋଳିଥିଲେ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇଥିଲେ ଏହି ନିରୀହ ଶିଶୁର ଜୀବନ ଯାଇନଥାନ୍ତା ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe