ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ, ମେଡିକାଲରେ ଉତ୍ତେଜନା

ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ, ମେଡିକାଲରେ ଉତ୍ତେଜନା

ମାଲକାନଗିରି: ମାଲକାନଗିରି ସଦର ମହକୁମା ହସପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି।ଜିଲ୍ଲା ହସପିଟାଲରେ ଡାକ୍ତରଙ୍କର ଅବହେଳା ଯୋଗୁଁ ଜଣେ ନାବାଳକର ମୃତ୍ୟୁ ହୋଇଥିବାରୁ ଡାକ୍ତରଙ୍କୁ ଭର୍ତ୍ସନା କରାଯିବା ସହ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ମେଡାକାଲ ରାସ୍ତାକୁ ଅବରୋଧ ମଧ୍ୟ କରାଯାଇଛି। ଘଟଣା ଅନୁଯାୟୀ ମାଲକାନଗିରି ବ୍ଲକର ତଣ୍ଡକି ପଞ୍ଚାୟତ ସଦର ମହକୁମାର ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ଦୁଇ ପୁଅ କାଳୁ ଦାସ(୮) ଏବଂ ସିପୁନ ଦାସ(୩) ଗତ ବୁଧବାର ରାତ୍ରିରେ ଅଚାନକ ଗୁରୁତର ହୋଇଯାଇଥିଲେ।ପରିବାର ଲୋକେ ତୁରନ୍ତ ମାଲକାନଗିରି ମେଡିକାଲକୁ ସେମାନଙ୍କୁ ଆଣିଥିଲେ। ତେବେ ଗୁରୁବାର ଦିନ ଡାକ୍ତର ଦେଖିବା ପରେ କିଛି କହିନଥିଲେ। ଠିକ ଥିବା କହି ଚିକିତ୍ସା କରିଥିଲେ।କିନ୍ତୁ ଆଜି ହଠାତ କାଳୁ ଗୁରୁତର ହେବାରୁ ଡାକ୍ତର ତୁରନ୍ତ କୋରାପୁଟ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ।ପରିବାର ଲୋକେ କାଳୁକୁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ତାର ମୃତ୍ୟୁ ହୋଇଯାଇଥିଲା। ସେହିପରି ସାନ ଭାଇ ସିପୁନ ମଧ୍ୟ ଏବେ ଗୁରୁତର ରହିଛି।ଡାକ୍ତର ସିପୁନକୁ ମଧ୍ୟ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଛନ୍ତି।

ତେବେ ଡାକ୍ତରଙ୍କର ଅବହେଳା ଯୋଗୁଁ ହିଁ ପୁଅ କାଳୁର ମୃତ୍ୟୁ ହୋଇଥିବା ବାପା ଏବଂ ପରିବାର ଲୋକେ ଅଭିଯୋଗ କରି ଡାକ୍ତରଖାନାରେ ପାଟିତୁଣ୍ଡ କରିଥିଲେ।ଏଥିସହ ମେଡିକାଲ ରାସ୍ତାକୁ ସଂପୂର୍ଣ୍ଣ ଅବରୋଧ କରିବା ସହ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।କିନ୍ତୁ ଡାକ୍ତରମାନଙ୍କ କହିବା ହେଲା ଦୁଇ ପିଲାଙ୍କୁ ଖାଦ୍ୟ ବିଷଜନିତ ହୋଇଯାଇଥିଲା। କାରଣ ସେମାନଙ୍କର ପେଟ ଫୁଲିଯାଇଥିଲା।ତେବେ ସେ ଗୁରୁବାର ଦିନ ଭଲ ଥିବାରୁ ତାଂକୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ନକରିବା ପାଇଁ କୁହାଯାଇଥିଲା। କିନ୍ତୁ ଆଜି ସେ ଗୁରୁତର ହେବାରୁ ତାଂକୁ ତୁରନ୍ତ ଅନ୍ୟ ମେଡିକାଲକୁ ନେବାକୁ କୁହାଯାଇଥିବା ଡାକ୍ତର କହିଥିଲେ।ତେବେ ଡାକ୍ତରମାନଙ୍କର ଚିକିତ୍ସାରେ ଅବହେଳା ଯୋଗୁଁ ହିଁ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe