ଭୁଲ୍‌ ଅଲଟ୍ରାସାଉଣ୍ଡ୍‌ ରିପୋର୍ଟ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ: ଜୀବନ ସହିତ ଯୁଝୁଛନ୍ତି ମା’, ପ୍ରବଳ ବର୍ଷାରେ ଶବ ରଖି ରାସ୍ତାରୋକ

Advertisment

ଭଦ୍ରକ ସହର ବାଇପାସ୍‌ରେ ଥିବା ‘ଓମ୍‌ଶାନ୍ତି’ ଅଲଟ୍ରାସାଉଣ୍ଡ କେନ୍ଦ୍ରର ଭୁଲ୍‌ ରିପୋର୍ଟ ଯୋଗୁ ଜଣେ ଶିଶୁର ମୃତ୍ୟୁ ଘଟିଛି। ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ସହିତ ଯୁଝୁଛନ୍ତି। ଏପରି ଅଭିଯୋଗ ଆଣି ପରିବାର ଲୋକେ ଆଜି ସଂପୃକ୍ତ ସଂସ୍ଥା ବିରୋଧରେ....

ଭଦ୍ରକ ସହର ବାଇପାସ୍‌ରେ ଥିବା ‘ଓମ୍‌ଶାନ୍ତି’ ଅଲଟ୍ରାସାଉଣ୍ଡ କେନ୍ଦ୍ରର ଭୁଲ୍‌ ରିପୋର୍ଟ ଯୋଗୁ ଜଣେ ଶିଶୁର ମୃତ୍ୟୁ ଘଟିଛି। ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ସହିତ ଯୁଝୁଛନ୍ତି। ଏପରି ଅଭିଯୋଗ ଆଣି ପରିବାର ଲୋକେ ଆଜି ସଂପୃକ୍ତ ସଂସ୍ଥା ବିରୋଧରେ....

dgdgcvcv

ଭଦ୍ରକ/ତିହିଡ଼ି: ଭଦ୍ରକ ସହର ବାଇପାସ୍‌ରେ ଥିବା ‘ଓମ୍‌ଶାନ୍ତି’ ଅଲଟ୍ରାସାଉଣ୍ଡ କେନ୍ଦ୍ରର ଭୁଲ୍‌ ରିପୋର୍ଟ ଯୋଗୁ ଜଣେ ଶିଶୁର ମୃତ୍ୟୁ ଘଟିଛି। ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ସହିତ ଯୁଝୁଛନ୍ତି। ଏପରି ଅଭିଯୋଗ ଆଣି ପରିବାର ଲୋକେ ଆଜି ସଂପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ କ୍ଷତିପୂରଣ ଦାବିରେ ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୨୫ ତାରିଖ ଦିନ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ଦୋଳସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରିଙ୍କ ଗର୍ଭବତୀ ପତ୍ନୀ ବାସନ୍ତୀ ରାଉତଙ୍କର ଭଦ୍ରକ ବାଇପାସ୍‌ସ୍ଥିତ ‘ଓମ୍‌ଶାନ୍ତି’ କେନ୍ଦ୍ରରେ ଅଲ୍‌ଟ୍ରାସାଉଣ୍ଡ କରାଯାଇଥିଲା। ମା’ ଗର୍ଭରେ ‘ପିଲାଟି ସୁସ୍ଥ ଥିବା’ ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟରେ ଦର୍ଶାଯାଇଥିଲା। ହେଲେ ଘରେ ପହଞ୍ଚିବା ପରେ ବାସନ୍ତୀଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା।

ଛତାଧରି ଶବକୁ ଜଗି ରହିଲେ ଅଜା
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ସିଡିଏମ୍‌ଓ

ପରିବାର ଲୋକେ ୨୬ ତାରିଖରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ବାସନ୍ତୀଙ୍କର ଅସ୍ତ୍ରୋପଚାର କରାଯିବା ପରେ ମୃତ ଶିଶୁ ଜନ୍ମ ହୋଇଥିଲା। ଏହାପରେ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଆଜି ସକାଳେ ୭ଟା ବେଳେ ପ୍ରବଳ ବର୍ଷା ସତ୍ତ୍ବେ ସ୍ଥାନୀୟ ବାଇପାସ୍‌ ଛକରେ ରାସ୍ତାରୋକ କରିଥିଲେ। ବେଶ୍‌ କିଛିସମୟ ମୃତ ଶିଶୁର ଅଜା ଶବ ନିକଟରେ ଛତା ଧରି ବସି ରହିଥିଲେ। ଖବର ପାଇ ଭଦ୍ରକ ସିଡିଏମ୍‌ଓ ଡା. ସୁଧାଂଶୁ ଶେଖର ବଳ ଓ ଟାଉନ ଥାନା ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ତଦନ୍ତ କରାଯାଇ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁି ମିଳିବା ପରେ ରାସ୍ତାରୋକ ହଟିଥିଲା। ପ୍ରାୟ ୫ ଘଣ୍ଟା ପରେ ସଂପୃକ୍ତ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଅନ୍ୟପଟେ ଅଲ୍‌ଟ୍ରାସାଉଣ୍ଡ କେନ୍ଦ୍ର ‘ଓମ୍‌ଶାନ୍ତି’ ଆଜି ଦିନତମାମ ବନ୍ଦ ରହିଛି। ଏପରିକି ସଂପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷଙ୍କ ମୋବାଇଲ୍‌ ବନ୍ଦ ରହିବାରୁ ତାଙ୍କ ମତାମତ ନିଆଯାଇ ପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe