ଶିକାର ପାଇଁ ବିଦ୍ୟୁତ୍‌ ଫାଶ ହେଲା କାଳ, ଚାଲିଗଲା ନାବାଳକର ଜୀବନ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ମେରାମଣ୍ଡଳୀ : ବନ୍ୟପ୍ରାଣୀ ଶିକାର ପାଇଁ ଶିକାରୀମାନେ ବିଛାଇଥିବା ବିଦ୍ୟୁତ୍ ତାର ଯୋଗୁଁ ଆଜି ଜଣେ ନାବାଳକର ଜୀବନ ଯାଇଛି। ବିଦ୍ୟୁତ୍‌ ଆଘାତ ଲାଗି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବଦାଳୁ ଗାଁରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ଜଣକ ହେଲୋ କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ରବି ଚମ୍ପିଆଙ୍କ ପୁଅ ଗଣେଶ ଚମ୍ପିଆ (୧୬ )।

ମିଳିଥିବା ସୂଚନାନୁଯାୟୀ, ଚୌଦ୍ୱାର ଅଞ୍ଚଳର ରବି ପରିବାର ସହ କିଛି ବର୍ଷ ହେଲା ବଦାଳୁ ଗାଁ ନିକଟରେ ଘର କରି ରହି ଆସୁଛନ୍ତି। ରବିଙ୍କ ପୁଅ ଗଣେଶ ଶୁକ୍ରବାର ସନ୍ଧ୍ୟାରେ ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ବନ୍ୟପ୍ରାଣୀ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ଗଣେଶଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ତାଙ୍କ ପରିବାର ଲୋକ ଆଜି ସକାଳେ ମୋଟଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe