ଶିଶୁ ମୃତ୍ୟୁକୁ ନେଇ ଭଦ୍ରକ ଡାକ୍ତରଖାନାରେ ଉତ୍ତେଜନା

Advertisment
ଶିଶୁ ମୃତ୍ୟୁକୁ ନେଇ ଭଦ୍ରକ ଡାକ୍ତରଖାନାରେ ଉତ୍ତେଜନା

ଭଦ୍ରକ : ଶିଶୁ ମୃତ୍ୟୁକୁ ନେଇ ରବିବାର ସନ୍ଧ୍ୟାରେ ଭଦ୍ରକ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାରେ ଅବହେଳା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଭଦ୍ରକ ମେଡିକାଲରେ ରବିବାର ସଂଧ୍ୟାରେ ପ୍ରାୟ ଏକ ଘଣ୍ଟାରୁ ଊଦ୍ଧ୍ଵର୍ ସମୟ ବିଜୁଳି କାଟ ହୋଇଥିଲା। ବିଜୁଳି କାଟ ସମୟରେ ମେଡିକାଲରେ ପ୍ରସୂତିି ଓ୍ଵାର୍ଡରେ ଗ୍ରାମାଞ୍ଚଳ ଥାନାର ମହିଳା କନକଲତା ମିଶ୍ରଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ନ ଥିବାରୁ ଶିଶୁପୁତ୍ରଟି ମେଡିକାଲରେ ଜନ୍ମ ପରେ ମୃତ୍ୟୁ ଘଟିଥିଲା। ଶିଶୁ ପୁତ୍ରଟିର ମୃତ୍ୟୁକୁ ନେଇ ମହିଳାଙ୍କ ପରିବାର ଲୋକେ ମେଡିକାଲ ପରିସରରେ ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା କରିଥିଲେ।

ଚିକିତ୍ସାରେ ଅବହେଳା ପାଇଁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବାରୁ କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ମେଡିକାଲରେ କେହି ଅଧିକାରୀ ନ ଥିବାରୁ ଏପରି ଘଟଣାକୁ ନେଇ ପରିସ୍ଥିତି ଆହୁରି ଜଟିଳ ହୋଇପଡିଥିଲା। ଏହି ଘଟଣା ପରେ ପରିବାର ପକ୍ଷରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe