ଭୋଜି ରନ୍ଧା ବେଳେ ଅଘଟଣ; ତରକାରି ହଣ୍ଡାରେ ପଡ଼ି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ

ଭୋଜି ରନ୍ଧା ବେଳେ ଅଘଟଣ; ତରକାରି ହଣ୍ଡାରେ ପଡ଼ି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ

Sambad

ବୁଗୁଡ଼ା: ଭୋଜି ରନ୍ଧା ଚାଲିଥିବା ବେଳେ ଗରମ ତରକାରି ହଣ୍ଡାରେ ପଡ଼ି ଜଣେ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ଅଧୀନ ନଗୁଡୁ ଗ୍ରାମରେ। ନଗୁଡୁର ବୁଢ଼ା ସେଠୀଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କର ଦଶାହ ଥିଲା। ଏହି ଦଶକର୍ମରେ ଯୋଗ ଦେବା ପାଇଁ ବୁଢ଼ାଙ୍କ ଝିଅ, ଜ୍ବାଇଁ ଓ ୪ ବର୍ଷର ନାତି ସୋରଡ଼ା ସିଙ୍ଗିପୁରରୁ ଆସିଥିଲେ। ଗତକାଲି ୯ ଦିନିଆ ପଣା ଦେବା ପାଇଁ ସନ୍ଧ୍ୟାରେ ରୋଷେଇ ଚାଲିଥିଲା।

ପଣା ପାଇଁ ତରକାରି ପ୍ରସ୍ତୁତ ହେବା ପରେ ସେହି ତରକାରିକୁ ଅନ୍ୟ ଏକ ହଣ୍ଡାକୁ ଖାଲି କରାଯାଉଥିବା ବେଳେ ଶିଶୁଟି ଅସାବଧାନତା ଭାବେ ତତଲା ତରକାରି ହଣ୍ଡାରେ ପଡ଼ିଯାଇଥିଲା। ଶିଶୁଟିକୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe