Image Courtesy of India Today
ଖଡ଼ିଆଳ : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ରାଣୀମୁଣ୍ଡା ଗ୍ରାମରେ ଗରମ ପାୟସରେ ପଡ଼ି ଜଣେ ଛଅବର୍ଷର ଶିଶୁ ଗୁରୁତର ହୋଇ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚାରି ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ତାଙ୍କର ମୃତ୍ୟୁ ହୋଇଛି।
ପ୍ରକାଶ ଯେ ଗତ ୨୫ ତାରିଖରେ ଗାଁର ହୁତେଶ ହେର୍ଣ୍ଣାଙ୍କ ପୁଅ ବିକାଶ ହେର୍ଣ୍ଣା (୬ ବର୍ଷ) ଏକ ଗଙ୍ଗାଭୋଜି ଖାଇବାକୁ ଯାଇଥିବା ସମୟରେ ଗରମ ପାୟସ ହାଣ୍ଡିରେ ପଡ଼ିଯାଇଥିଲେ। ନାବାଳକଙ୍କ ଦେହର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଥିବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
Follow Us