ପ୍ଲାଷ୍ଟିକ ଖେଳନା ଗିଳି ଶିଶୁ ମୃତ

ପ୍ଲାଷ୍ଟିକ ଖେଳନା ଗିଳି ଶିଶୁ ମୃତ

ହାଟଡ଼ିହି : ଛୋଟ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଚଟପଟି ଖାଦ୍ୟ ପ୍ରସ୍ତୁତ କରୁଥିବା କମ୍ପାନିମାନେ ଖାଦ୍ୟ ପ୍ୟାକେଟରେ ଭଳିକି ଭଳି ପ୍ଲାଷ୍ଟିକ ଖେଳନା ପୂରାଇ ବିକ୍ରି କରୁଛନ୍ତି। ଏହି ପ୍ଲାଷ୍ଟିକ ଖେଳନା ଶିଶୁଙ୍କୁ ପାଇଁ କାଳ ହୋଇଛି। ଚଟପଟି ଖାଦ୍ୟ ଖାଉଥିବା ବେଳେ ପ୍ୟାକେଟରେ ଥିବା ପ୍ଲାଷ୍ଟିକ ଖେଳନା ଗିଳିଦେବାରୁ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ହାଟଡ଼ିହି ବ୍ଲକ ଆମ୍ବୋ ପଞ୍ଚାୟତ କୋଳିପଦି ଗ୍ରାମରେ।

publive-image

ଗ୍ରାମର ବିଦ୍ୟାଧର ଜେନାଙ୍କ ଦେଢ଼ବର୍ଷର ଶିଶୁକନ୍ୟା ସୁଚିତ୍ରା ଆଜି ଚଟ୍‌ପଟି ଖାଦ୍ୟ ଖାଉଥିଲେ। ଅଜାଣତରେ ଶିଶୁକନ୍ୟା ଜଣକ ଖାଦ୍ୟ ପ୍ୟାକେଟରେ ଆସୁଥିବା ପ୍ଲାଷ୍ଟିକ ଖେଳନାକୁ ଗିଳି ଦେଇଥିଲେ। ଖେଳନାଟି ଶିଶୁର ଶ୍ବାସନଳିରେ ଅଟକି ଯାଇଥିଲା। ଫଳରେ ଶିଶୁଟି ନିଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଆନନ୍ଦପୁର ଉପଖଣଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe