ଟିକା ନେବାର ୧୨ ଘଣ୍ଟା ପରେ ଶିଶୁର ମୃତ୍ୟୁ

Advertisment

ପ୍ରଶାସନ ବେଫିକର

ପ୍ରଶାସନ ବେଫିକର

ଟିକା ନେବାର ୧୨ ଘଣ୍ଟା ପରେ ଶିଶୁର ମୃତ୍ୟୁ

ଅଭିଯୋଗ ମିଳିନି: ବିଡିଓ

ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କରୁଡୁକୁପା ପଞ୍ଚାୟତ ଡାଙ୍ଗେସିଗୁଡ଼ା ଗ୍ରାମର ଅଙ୍ଗନଓ୍ଵାଡି କେନ୍ଦ୍ରରେ ଟିକା ନେଇ ଫେରିବା ପରେ ଜଣେ ଶିଶୁର ମୃତ୍ୟୁ ଘଟିବା ଏଠାରେ ଆଲୋଡ଼ନ ସୃଷ୍ଟି କରିଛି। ଟିକା ନେବା ପରେ ପ୍ରଥରେ ଶିଶୁର ପେଟ ଫୁଲାଇ ଜ୍ୱର ହୋଇଥିଲା ଓ ୧୨ ଘଣ୍ଟା ଭିତରେ ତା’ର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୭ ତାରିଖ ସକାଳ ୧୦ଟାରେ ଶିଶୁଟିର ଟିକାକରଣ (ପେଣ୍ଟାରୋଟା ଇଂଜେକସନ) ହୋଇଥିବା ବେଳେ  ରାତି ପ୍ରାୟ ୧୦ଟାରେ ତା’ର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ତୁମୁଡ଼ିବନ୍ଧ ବିଡିଓ ବସନ୍ତ କୁମାର ସେଠୀ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ଏନେଇ ବର୍ତମାନ ସୁଦ୍ଧା କୌଣସି ଅଭିଯୋଗ ହସ୍ତଗତ ହୋଇନି। ଆବଶ୍ୟକସ୍ଥଳେ ତଦନ୍ତକୁ ତ୍ୱରାନ୍ଵିତ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମିଳିଥିବା ସୂଚନାନୁସାରେ, ଗତ ୭ ତାରିଖରେ ଡାଙ୍ଗେସିଗୁଡ଼ା ଗ୍ରାମ ଅଙ୍ଗନଓ୍ଵାଡି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀଙ୍କ ଟିକାକରଣ ହେଉଥିଲା। ସୀମାରା ମାଝୀ ତାଙ୍କ ତିନି ମାସର ଶିଶୁପୁତ୍ରକୁ ନେଇ କେନ୍ଦ୍ରକୁ ଆସିଥିବା ବେଳେ ଏଏନ୍‌ଏମ୍‌ ଓ ଆଶାଙ୍କ ଉପସ୍ଥିତିରେ ଟିକା ଦିଆଯାଇଥିଲା। ତେବେ ଟିକା ଦିଆଯିବା ପରେ ପ୍ରଥମେ ତା’ର ପେଟ ଫୁଲିବା ସହ ଜ୍ୱର ହୋଇ ଥିଲା। ରାତି ୧୦ଟାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ମା’ ନିମନ୍ତୀ କହିଛନ୍ତି।

ଅନ୍ୟପକ୍ଷରେ ଏନେଇ ତୁମୁଡ଼ିବନ୍ଧ ସିଡିପିଓ ରତ୍ନାବତୀ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଉକ୍ତ ଶିଶୁକୁ ପେଣ୍ଟାରୋଟା ଇଂଜେକସନ ଦିଆଯାଇଥିଲା। ହେଲେ ସମସ୍ତ ଟିକାର ପ୍ରମାଣପତ୍ର ଅଙ୍ଗନଓ୍ଵାଡି କର୍ମୀଙ୍କ ପାଖରେ ରହିଛି। ତେବେ କେଉଁ ଆଧାରରେ ସମସ୍ତ ପ୍ରମାଣପତ୍ର ଅଭିଭାବକଙ୍କଠୁ ଅଣାଯାଇଥିଲା ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe