ଶନିଶ୍ଚରଙ୍କ ଜଳାଭିଷେକ ବେଳେ ଅଘଟଣ, ଚିତ୍ରୋତ୍ପଳାରେ ବୁଡ଼ିଗଲେ ବାଳକ

Advertisment
ପୋଖରୀରେ ବୁଡ଼ି ଶିଶୁପୁତ୍ର ମୃତ

Global News Service

ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କଳାବୁଦାସ୍ଥିତ ଚିତ୍ରୋତ୍ପଳା ନଦୀକୂଳରେ ଆଜି ଅଘଟଣ ଘଟିଛି। ଶନିଶ୍ଚର ଦେବଙ୍କ ଜଳାଭିଷେକ କରିବାକୁ ଆସିଥିବା ଜଣେ ବାଳକ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ନିକଟସ୍ଥ ହରିପୁର ଗ୍ରାମର ନାରାୟଣ ସାହୁଙ୍କ ଏକମାତ୍ର ପୁତ୍ର ବାପୁନି(୧୩) ପରିବାର ସଦସ୍ୟଙ୍କ ସହ ରାତି ୩ଟାରୁ ଉଠି କଳାବୁଦା ଶନିଶ୍ଚର ପୀଠକୁ ଜଳାଭିଷେକ କରିବାକୁ ଆସିଥିଲେ। ଚିତ୍ରୋତ୍ପଳା ନଦୀରୁ କଳସୀରେ ପାଣି ଆଣିବା ବେଳେ ବାପୁନି ଅସାବଧାନତାବଶତଃ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ନଦୀର ପ୍ରଖର ଜଳସ୍ରୋତ ତାଙ୍କୁ ପ୍ରାୟ ଅଧ କିମି ପର୍ଯ୍ୟନ୍ତ ଟାଣି ନେଇଥିଲା। ଏହି ଘଟଣା କାହାରି ନଜରକୁ ଆସି ପାରି ନ ଥିଲା। ପରିବାର ସଦସ୍ୟମାନେ ବହୁ ଖୋଜାଖୋଜି କରିବା ପରେ ବାପୁନିଙ୍କୁ ପାଇ ନ ଥିଲେ। ସକାଳ ପ୍ରାୟ ୯ଟାରେ ଚିତ୍ରୋତ୍ପଳା ନଦୀର ଭଦକମଳ ଘାଟ ନିକଟରୁ ବାପୁନିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ବାପୁନି ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ତାଙ୍କର ଅକାଳ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe