ଆରଡି : ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ଅଧିନସ୍ଥ ବାଙ୍କମୁଆଁ ଗାଁର ବଳରାମ ମହାନ୍ତିଙ୍କ ୩ବର୍ଷର ଶିଶୁପୁତ୍ର ସୁଦୀପ୍ତର ନଈଯୋରରେ ପଡି ମୃତ୍ୟୁ ହୋଇଛି। ବାଙ୍କମୁଆଁ ଗାଁ ଦେଇ ଯାଇଥିବା ହଂସଦିଆ ନଈଯୋର କୂଳରେ ସୁଦୀପ୍ତ ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ନଈଯୋରରେ ପଡ଼ି ଯାଇଥିଲେ। ସାଙ୍ଗମାନେ ଗାଁ ଲୋକଙ୍କୁ ଡାକ ପକାଇବା ପରେ ଗାଁର କିଛି ଲୋକ ସୁଦୀପ୍ତକୁ ନଈଯୋରରୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଁଚି ଶିଶୁପୁତ୍ରକୁ ପ୍ରଥମେ ଆରଡି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ତାର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ପରେ ଆରଡି ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ କରାଯାଇଥିଲା।
ଯୋରରେ ପଡ଼ିି ଶିଶୁପୁତ୍ର ମୃତ
Advertisment
Follow Us