ବାଲ୍ୟ ବିବାହ ରୋକିଲା ଚାଇଲଡ୍ ଲାଇନ୍, ନାବାଳିକାକୁ ସିଡବ୍ଲ୍ୟୁସିରେ ହାଜର ପରେ ସ୍ବଧାର ଗୃହରେ ଥଇଥାନ

ବାଲ୍ୟ ବିବାହ ରୋକିଲା ଚାଇଲଡ୍ ଲାଇନ୍, ନାବାଳିକାକୁ ସିଡବ୍ଲ୍ୟୁସିରେ ହାଜର ପରେ ସ୍ବଧାର ଗୃହରେ ଥଇଥାନ

ରାୟଗଡ଼ା: ରାୟଗଡ଼ା ବ୍ଲକ ବଡଇରୁକୁବାଡ଼ି ପଞ୍ଚାୟତର ହାଣ୍ଡିପାଇ ଗ୍ରାମରେ ଆଜି ବାଲ୍ୟ ବିବାହକୁ ରୋକିଛନ୍ତି ଚାଇଲଡ୍ ଲାଇନ୍।  ଗାଁରେ ପୁଲିସ୍, ପ୍ରଶାସନ ସହାୟତାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଆଣିବା ପରେ ସିଡବ୍ଲ୍ୟୁସିରେ ହାଜର କରାଯାଇଛି। ଏହା ପରେ ସ୍ନେହା ସ୍ବଧାର ଗୃହରେ ନାବାଳିକାକୁ ଥଇଥାନ କରାଯାଇଛି।

ସୂଚନା ମୁତାବକ କୁମ୍ଭିକୋଟା ପଞ୍ଚାୟତ ପିଚୁଡ଼ି ଗ୍ରାମର ନାବାଳିକା ରାୟଗଡ଼ାର ନଦୀକନ୍ଧ ସାହିରେ ରହୁଥିବା ସଂପର୍କୀୟଙ୍କ ଘରେ ରହି ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଏହି ସମୟରେ ହାଣ୍ଡିପାଇ ଗ୍ରାମର କଲେଜ ପଢ଼ୁଆ ଯୁବକଙ୍କ ସହ ନାବାଳିକାର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପ୍ରେମ ସଂପର୍କ ନିବିଡ଼ ହେବା ପରେ ଗତ ଏକ ମାସ ତଳେ ନାବାଳିକାକୁ କଲେଜ ପଢ଼ୁଆ ଯୁବକ ରାୟଗଡ଼ାରୁ ନିଜ ଘରକୁ ଉଠାଇ ନେଇଥିଲା। ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଚାଇଲଡ୍ ଲାଇନ୍ କର୍ତ୍ତୃପକ୍ଷ ଖବର ପାଇ ସିଡିପିଓ ମୀନାକ୍ଷି ଦାଶ ଓ ଶେଷଖାଲ ପୁଲିସ୍ ସହ ହାଣ୍ଡିପାଇ ଗ୍ରାମରେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ନାବାଳିକାକୁ ଚାଇଲଡ୍ ଲାଇନ୍ କର୍ତ୍ତୃପକ୍ଷ ଆଣି ସିଡବ୍ଲ୍ୟୁସି ନିକଟରେ ହାଜର କରିଥିଲେ। ଏହା ପରେ ରାୟଗଡ଼ାସ୍ଥିତ ସ୍ନେହା ସ୍ବଧାର ଗୃହରେ ନାବାଳିକାକୁ ଥଇଥାନ କରାଯାଇଛି। ୧୮ ବର୍ଷ ପରେ ବିବାହ ପାଇଁ ନାବାଳିକା ଏବଂ ପରିବାର ଲୋକଙ୍କୁ ଅବଗତ କରିଛି ପ୍ରଶାସନ। ଚାଇଲଡ୍ ଲାଇନ୍ କାଉନସିଲର ପି. ପୂର୍ଣ୍ଣମାସି, ଟିମ୍ ମେମ୍ବର ବିଜୟ କେତନ ସାହୁ, ବାଲ୍ୟ ବିବାହ ନିରାକରଣ କନସଲଣ୍ଟାଣ୍ଟ୍ ରତ୍ନେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe