୧୭ ବର୍ଷୀୟ ଝିଅକୁ ବିବାହ କରାଉଥିଲେ ପରିବାର ଲୋକ, ଅତର୍କିତ ଚଢ଼ଉ କରି କାର୍ଯ୍ୟକ୍ରମ ଅଟକାଇଲା ପ୍ରଶାସନ

Advertisment
୧୭ ବର୍ଷୀୟ ଝିଅକୁ ବିବାହ କରାଉଥିଲେ ପରିବାର ଲୋକ, ଅତର୍କିତ ଚଢ଼ଉ କରି କାର୍ଯ୍ୟକ୍ରମ ଅଟକାଇଲା ପ୍ରଶାସନ

ବୈପାରୀଗୁଡା: ବାଲ୍ୟ ବିବାହକୁ ରୋକିଲା ଚାଇଲ୍‌ଡଲାଇନ୍‌ ଏବଂ ବ୍ଲକ ପ୍ରଶାସନ। ବାଲ୍ୟବିବାହ ସଂପର୍କରେ ଦେୟମୁକ୍ତ ଫୋନ ନମ୍ବର ୧୦୯୮ରୁ ଚାଇଲ୍‌ଡଲାଇନ ସୂଚନା ପାଇବା ପରେ ଉକ୍ତ ଗ୍ରାମରେ ପହଞ୍ଚିଥିଲା ବ୍ଲକ ପ୍ରଶାସନ। ସେଠାରେ ନାବାଳିକାଙ୍କ ପରିବାର ଏବଂ ଯୁବକଙ୍କ ପରିବାର ସହିତ ଆଲୋଚନା କରି ଚୁକ୍ତିନାମା କରିବା ପରେ ଛାଡି ଦିଆଯାଇଛି। କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର କନ୍ଦପୋଦର ଗ୍ରାମର ୧୭ ବର୍ଷୀୟ ନାବାଳିକାଙ୍କ ସହିତ ନିଶନାଗୁଡା ଗ୍ରାମର ୨୦ ବର୍ଷୀୟ ଯୁବକଙ୍କ ସହିତ ବିବାହ ସ୍ଥିର ହୋଇଥିଲା। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିଲା।

ଏସଂପର୍କରେ ଚାଇଲଡ ଲାଇନ୍‌ର ଟୋଲଫ୍ରି ନମ୍ବର ୧୦୯୮କୁ କେହି ଜଣେ ଫୋନ କରିଥିଲେ। ସୂଚନା ପାଇ ବୈପାରୀଗୁଡା ସିଡିପିଓ ଜି.ସୀତାକୁମାରୀଙ୍କ ନିର୍ଦେଶ କ୍ରମେ ଆଇସିଡିଏସ ସୁପରଭାଇଜର ଏବଂ କୋରାପୁଟ ଏକତା ଚାଇଲଡ ଲାଇନ ଟିମ ମେମ୍ବର, ଅଙ୍ଗନବାଡି, ଆଶା କର୍ମୀ, ଏନଜିଓ ମେମ୍ବର ମାନେ ପୁଅ ଘର ନିଶନାଗୁଡା ଗ୍ରାମରେ ପହଂଚି ବାଲ୍ୟ ବିବାହ ବିଷୟରେ ବୁଝାଇଥିଲେ। ଉଭୟ ବର ଏବଂ କନ୍ୟା ପରିବାର ବାଲ୍ୟ ବିବାହକୁ ଭୁଲ ସ୍ୱୀକାର କରିଥିଲେ। ଉଭୟ ପରିବାର ସହ ଚୁକ୍ତିନାମା ହୋଇଥିଲା। କନ୍ୟାକୁ ୧୮ ବର୍ଷ ପରେ ବିବାହ କରିବାକୁ ପରିବାର ଲୋକେ ରାଜି ହେବା ପରେ ଛାଡି ଦିଆଯାଇଛି।

publive-image

ଏହି ଚଢଉରେ ଚାଇଲ୍‌ଡଲାଇନ୍‌ ଟିମ ମେମ୍ବର ଭୀମସେନ ହରିଜନ, ସିଡିପିଓ ପ୍ରତିନିଧି ଚନ୍ଦ୍ରାବତୀ ମଣ୍ଡଳ, ବାଲିଗାଁ କ୍ଷେତ୍ର ପରିଦର୍ଶିକା ଶାନ୍ତିଲତା ମାଝୀ, ମୁଦୁଲିପଡ଼ା ଅଙ୍ଗନବାଡି ନଳିନୀ ଦାସ, କନ୍ଦପୋଡାପୋଦର ଅଙ୍ଗନବାଡି କର୍ମୀ ପାଲଙ୍ଗା ସାନ୍ତା, ଆଶା କର୍ମୀ ପାର୍ବତୀ କାକୋଲପଡିଆ, ସ୍ପ୍ରେଡ଼ କର୍ମକର୍ତ୍ତା ତ୍ରିନାଥ ଖରା, ପ୍ରୟାସ ଅନୁଷ୍ଠାନର ରବୀନ୍ଦ୍ର କୁରୁକୁଟିଆ ଓ ଆଲଦିନ ଖିଲ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe