ଶିଶୁପାଳ ହୋଇ ଫେରିଲେ ବର, ନାବାଳିକାଙ୍କୁ ଉଠାଇ ନେଲା ଚାଇଲ୍ଡ ଲାଇନ

ଶିଶୁପାଳ ହୋଇ ଫେରିଲେ ବର, ନାବାଳିକାଙ୍କୁ ଉଠାଇ ନେଲା ଚାଇଲ୍ଡ ଲାଇନ

ଦଶପଲ୍ଲା : ଦଶପଲ୍ଲା ଥାନା ଅଧୀନସ୍ଥ ସ୍ଥାନୀୟ ଜଗାପୁର ରୋଡ୍‌ସ୍ଥିତ ଘର ମଧ୍ୟରେ ଲୁଚାଛପାରେ ଏକ ନାବାଳିକାର ବିବାହ କାର୍ଯ୍ୟ ଚାଲିଥିବା ବେଳେ ଅତର୍କିତ ଚଢ଼ଉ କରି ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ବୋଲଗଡ଼ ଅଂଚଳର ଏକ ୧୬ ବର୍ଷୀୟା ନାବାଳିକାଙ୍କ ବୁଧବାର ଦିନ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଉଥିବା ବେଳେ ଖଣ୍ତପଡ଼ା ଥାନା ଅଧୀନସ୍ଥ ନୂଆପଡା ଗ୍ରାମର ପ୍ରସନ୍ନ ବାରିକଙ୍କ ପୁଅ ସୈାମ୍ୟରଂଜନଙ୍କ ସହ ବିବାହ ପାଇଁ ଉଭୟ ପରିବାର ଦଶପଲ୍ଲାକୁ ଚାଲି ଆସିଥିଲେ। କୈାଣସି ମନ୍ଦିର କିମ୍ବା ବାହାରେ ବିବାହ କଲେ କେହି ଜାଣିବା ଭୟରେ ଏଠାରେ ଥିବା ଏକ ସମ୍ପର୍କୀୟଙ୍କ ଘରେ ଲୁଚାଛପାରେ ବିବାହ କାର୍ଯ୍ୟ ଚାଲିଥିଲା।

publive-image

ମାତ୍ର କୈାଣସି ସୂତ୍ରରୁ ଖବରପାଇ ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ରଶେଖର ବେହେରା, ସ୍ବର୍ଣ୍ଣଲତା ଜେନା, ସିଡିପିଓ ରୀନା ସରିତା ଲରେନ୍ସ, ସୁପର ଭାଇଜର ପଦ୍ମାଳୟା ଶତପଥୀ ଓ ପୁଲିସ ପକ୍ଷରୁ ଅପରାହ୍ଣ ପ୍ରାୟ ସାଢ଼େ ୧ଟା ସମୟରେ ଚଢ଼ଉ କରାଯାଇଥିଲା। ଏହି ଟିମ୍‌କୁ ଦେଖି ସମ୍ପର୍କୀୟମାନେ ନାବାଳିକାଙ୍କୁ ପ୍ରଥମେ ଲୁଚାଇ ଦେଇଥିଲେ। ପରେ ଟିମ୍ ପକ୍ଷରୁ ଅଧିକ ଖୋଳତାଡ଼ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଥାନାକୁ ଅଣାଯାଇଥିଲା। ଚାଇଲ୍ଡ ଲାଇନ୍ ପକ୍ଷରୁ ନାବାଳିକାଙ୍କୁ ନିଆଯାଇ ନୟାଗଡ଼ସ୍ଥିତ ତପସ୍ୟା ଶିଶୁଗୃହରେ ହାଜର କରାଯାଇଛି। ଯେଉଁଥିରେ ଝିଅକୁ ୧୮ ବର୍ଷ ବୟସ ନହେବା ପର୍ଯ୍ୟନ୍ତ ବିବାହ ନ କରିବା ପାଇଁ ଉଭୟ ପରିବାର ମଧ୍ୟରେ ଚୁକ୍ତି କରାଯାଇଥିବା ଚାଇଲ୍ଡ ଲାଇନ ପକ୍ଷରୁ କୁହାଯାଇଛି। ଏପଟେ ବର ଅଧା ବିବାହରୁ ଶିଶୁପାଳ ହୋଇ ଫେରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe