ବାଲ୍ୟ ବିବାହ ରୋକିଲା ଚାଇଲ୍ଡଲାଇନ

Advertisment
ବାଲ୍ୟ ବିବାହ ରୋକିଲା ଚାଇଲ୍ଡଲାଇନ

ଯାଜପୁର: କାଲିଆପାଣି ଥାନା ଅଞ୍ଚଳରେ ଗତକାଲି ବାଲ୍ୟ ବିବାହ ରୋକା ଯାଇଥିବା ବେଳେ ପୁନର୍ବାର ଆଜି ଆଉ ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ଯାଜପୁର ଚାଇଲ୍ଡଲାଇନ। ଯାଜପୁର ସଦର ଥାନା ଅଡଙ୍ଗ ପୁରଷୋତ୍ତମପୁର ଗ୍ରାମରେ ଜଣେ ସଂଖ୍ୟାଲଘୁ ପରିବାରରେ ବାଲ୍ୟ ବିବାହ ଅନୁଷ୍ଠିତ ହେଉଥିବାର ଖବର ୧୦୯୮କୁ ଆସିଥିଲା। ଖବର ପାଇଁ ଯାଜପୁର ୧୦୯୮ର କେନ୍ଦ୍ର ସଂଯୋଜିକା ସଂଧ୍ୟାରାଣୀ ସାହୁଙ୍କ ନିର୍ଦ୍ଦେଶକ୍ରମେ କାଉନସିଲର ସସ୍ମିତା ପାତ୍ର,ଟିମ ମେମ୍ବର ମମତା ମଂଜୁରୀ ସାହୁ, ଆଇସିଡିଏସ୍ ସୁପରଭାଇଜର ଓ ଯାଜପୁର ସଦର ଥାନା କର୍ମଚାରୀ ପହଞ୍ଚି ବିବାହ ରୋକିବା ସହ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି। ଶିଶୁ କନ୍ୟାର କୋଭିଡ ପରୀକ୍ଷା ପରେ ତାଙ୍କୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe