ଜଗତସିଂହପୁରରେ ବଢ଼ୁଛି ବାଲ୍ୟ ବିବାହ, କୁମାରୀ ମାତୃତ୍ବ

Advertisment

ନବରଙ୍ଗପୁର ଏକ ନମ୍ବର, ସମ୍ବଲପୁରରେ ସର୍ବନିମ୍ନ

ନବରଙ୍ଗପୁର ଏକ ନମ୍ବର, ସମ୍ବଲପୁରରେ ସର୍ବନିମ୍ନ

ଜଗତସିଂହପୁରରେ ବଢ଼ୁଛି ବାଲ୍ୟ ବିବାହ, କୁମାରୀ ମାତୃତ୍ବ

ED Times

ଏହି ସର୍ଭେ ଅନୁସାରେ ବାଲ୍ୟ ବିବାହରେ ଜାତୀୟ ହାର ୨୩.୩ ପ୍ରତିଶତ ଥିବା ବେଳେ ଓଡ଼ିଶା ହାର ୨୦.୫ ରହିଛି। କିନ୍ତୁ ଓଡ଼ିଶାର ୧୨ଟି ଜିଲ୍ଲା ଜାତୀୟ ହାର ଠାରୁ ଅଧିକ ରହିଛି। ନବରଙ୍ଗପୁର ଜିଲ୍ଲା ଏକ ନମ୍ବରରେ ଥିବା ବେଳେ ସମ୍ବଲପୁରେ ବାଲ୍ୟ ବିବାହ ସର୍ବନିମ୍ନ ରହିଛି।

ଜଗତସିଂହପୁର ଟାଉନ୍ : ଶିକ୍ଷିତ ତଥା ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ଜଗତସିଂହପୁରରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ବକୁ ନେଇ ଏବେ ଚିନ୍ତା ବଢ଼ିଛି। କ୍ରମାଗତ ଭାବେ ବାଲ୍ୟ ବିବାହ, କୁମାରୀ ମାତୃତ୍ବ ବଢ଼ି ବଢ଼ି ଚାଲିଛି।

୨୦୨୧ରେ ମାତୃତ୍ବ ଲାଭ କରିଛନ୍ତି ୧୯୬
ସରକାରଙ୍କ ନଜରକୁ ଆସୁଛି ମାତ୍ର ୧୦ ପ୍ରତିଶତ!

ସୂଚନା ଅନୁସାରେ, ନ୍ୟାସ୍‌ନାଲ୍‌ ଫାମିଲି ହେଲଥ୍ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍)-୪ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ ୨୦୧୫-୧୬ରେ ବାଲ୍ୟ ବିବାହ- ୯.୭ ପ୍ରତିଶତ ଥିଲା। ଏନ୍‌ଏଫ୍‌ଏଚ୍‌ଏସ୍-୫ ଅନୁଯାୟୀ ୨୦୨୦-୨୧ରେ ଏହା ୧୨ ପ୍ରତିଶତ , ୪ ଅନୁଯାୟୀ ୧.୨ ପ୍ରତିଶତ ୧୫ରୁ ୧୯ ବର୍ଷର ବୟସର ବାଳିକା ମା’ ହୋଇଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍-୫ ଅନୁଯାୟୀ ଏହା ବଢ଼ି ୨.୬ ପ୍ରତିଶତରେ ପହଞ୍ଚିଛି। ଶିକ୍ଷିତ ଜିଲ୍ଲାରେ ବାଲ୍ୟ ବିବାହ ଓ କମ୍ ବୟସର ଝିଅ ମା’ ହେବା ସମସ୍ତଙ୍କ ପାଇଁ ଚିନ୍ତାଜନକ ପାଲଟିଛି।

publive-image

ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୂଚନା ଅନୁସାରେ, ୧୯ ବର୍ଷ ତଳକୁ ୧୯୬ ଜଣ ବାଳିକା ମା’ ହୋଇସାରିଥିଲେ। ମମତା ଯୋଜନା ହିତାଧିକାରୀ ଭାବେ ସୁଫଳ ପାଇବା ପାଇଁ ଆବେଦନ କରିବାପରେ ଏହା ଜଣାପଡ଼ିଥିଲା। କାରଣ ୧୯ ବର୍ଷ ତଳକୁ ମା’ ହେଉଥିବା ମହିଳା ମମତା ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ ବୋଲି ଗାଇଡ୍‌ଲାଇନ୍ ରହିଛି। କମ୍ ବୟସରେ ବିବାହ ଓ କେତେକ ସ୍ଥଳରେ ଅନୈତିକ ସମ୍ପର୍କ ଯୋଗୁ କୁମାରୀ ମାତୃତ୍ବ ବଢ଼ୁଥିବା କୁହାଯାଉଛି। ସେହିପରି ୨୦୨୨ର ସବିଶେଷ ହିସାବ ଆସି ନ ଥିଲେ ମଧ୍ୟ କୁମାରୀ ମାତୃତ୍ବ ସଂଖ୍ୟା ଶତାଧିକ ହେବ ବୋଲି କୁହାଯାଉଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe