ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧ କରିବା ପ୍ରସଙ୍ଗ: ସାଂସଦ ଅନୁଭବଙ୍କୁ ଚିଠି ଲେଖିଲା ଶିଶୁ ସୁରକ୍ଷା ଆୟୋଗ

Advertisment
ଅନୁଭବଙ୍କ ଟୁଇଟ୍‌କୁ ନେଇ ପୁଣି ଚର୍ଚ୍ଚା

NDTV.com

ଭୁବନେଶ୍ବର : ଝିଅମାନଙ୍କ ବିବାହ ବୟସକୁ ୧୮ରୁ ୨୧ କରିବା ପରିବର୍ତ୍ତେ ପୁଅମାନଙ୍କ ବୟସକୁ କମାଇବାକୁ ପ୍ରସ୍ତାବ ଦେଇଛି ଓଡ଼ିଶା ରାଜ୍ୟ ଶିଶୁ ଶିଶୁ ସୁରକ୍ଷା ଆୟୋଗ। ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମଙ୍ଗଳବାର ସାଂସଦ ତଥା ଶିକ୍ଷା, ମହିଳା, ଶିଶୁ, କ୍ରୀଡ଼ା ଓ ଯୁବସେବା ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅନୁଭବ ମହାନ୍ତିଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି।

ଏହି ଚିଠିରେ ଝିଅଙ୍କ ବିବାହ ବୟସ ସୀମା ବଢ଼ାଇବା ପରିବର୍ତ୍ତେ ପୁଅଙ୍କ ବୟସ ସୀମା ୧୮ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଉଲ୍ଲେଖ ଥାଉକି ଗତକାଲି ଶ୍ରୀମତୀ ପ୍ରଧାନ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ଝିଅଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବା ଫଳରେ ବାଲ୍ୟ ବିବାହ ବନ୍ଦ ହେବ ନାହିଁ ବରଂ ଆଇନ, ପରମ୍ପରା ଏବଂ ଚଳଣି ଅଯଥା ଚାପଗ୍ରସ୍ତ ହେବ। ଏହାଦ୍ଵାରା ଆଇନଗତ ଦ୍ବନ୍ଦ୍ବ ସୃଷ୍ଟି ହେବ। ଅତୀତରେ ଏହି ଆଇନର ସଂଶୋଧନ ଉପରେ ଅନେକ ବିତର୍କ ଏବଂ ବିଚାର ବିମର୍ଶ କରାଯାଇଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଝିଅଙ୍କ ବୟସ ସୀମା ବଢ଼ାଇବା ପରିବର୍ତ୍ତେ ପୁଅଙ୍କ ବୟସ ସୀମା କମାଇବା ଉପରେ ଗୁରୁତ୍ବ ଦିଆଯିବା ଦରକାର ବୋଲି ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe