The Indian Express
ବାହାନଗା/ଗୋପାଳପୁର: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଗଲିଦା-ଦୋଳପୁର ରାସ୍ତା କରଞ୍ଜବିନ୍ଧା ହନୁମାନ ମନ୍ଦିର ନିକଟସ୍ଥ କିଆବୁଦା ମୂଳରେ ଏକ ଦେଢ଼ବର୍ଷର ଶିଶୁପୁତ୍ର ପଡ଼ିରହିଥିଲା। ସେ କାନ୍ଦୁ ଥିବା ଶୁଣି କିଛି ଲୋକ ତାକୁ ଉଦ୍ଧାର କରିଥିଲେ। ସେମାନେ ତାକୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ତା’ର ଚିକିତ୍ସା କରିଥିବା ବେଳେ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ଖବର ପ୍ରଚାରିତ ହେବା ପରେ ଶିଶୁର ବାପା ବରିପଦା ଅଞ୍ଚଳର ପରେଶ ମଳିକ ଓ ମାଆ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲେ। ସେହିପରି ଗୋପାଳପୁର ପୁଲିସ ମଧ୍ୟ ପହଞ୍ଚିଥିଲା। ତଦନ୍ତ ହେବା ସହ ଖଇରା ଚାଇଲ୍ଡ ଲାଇନ୍କୁ ଖବର ଦିଆଯାଇଥିଲା। ତେବେ ଖବର ଲେଖାହେବା ଯାଏ ଚାଇଲ୍ଡ ଲାଇନ୍ର କେହି ଅଧିକାରୀ କି କର୍ମଚାରୀ ପହଞ୍ଚି ନାହାନ୍ତି। ତେବେ ଯାହା ଶୁଣିବାକୁ ମିଳିଛି, ଶିଶୁଟିକୁ ଅପହରଣ କରାଯାଉଥିଲା। ତେବେ କୌଣସି କାରଣ ପାଇଁ ଅପହରଣକାରୀ ଶିଶୁଟିକୁ ନନେଇ ବାଟରେ ପକାଇଦେଇ ପଳାଇଥିଲେ।
Follow Us