ଅଳିଆଗଦାରୁ ଖାଦ୍ୟ ସଂଗ୍ରହ କରୁଥିବା ପିଲା ଉଦ୍ଧାର

Advertisment

ଚିକିତ୍ସା କଥା ବୁଝିଲା ନାହିଁ ପ୍ରଶାସନ, ଧାରଣା ଦେଲେ ଭାଇଭଉଣୀ

ଚିକିତ୍ସା କଥା ବୁଝିଲା ନାହିଁ ପ୍ରଶାସନ, ଧାରଣା ଦେଲେ ଭାଇଭଉଣୀ

ଅଳିଆଗଦାରୁ ଖାଦ୍ୟ ସଂଗ୍ରହ କରୁଥିବା ପିଲା ଉଦ୍ଧାର

ବାରିପଦା: ଅସହାୟ ପିଲା ପାଇଁ ଭାଇଭଉଣୀ ଦରଦ ଦେଖାଇଲେ। ଖାଇବାକୁ ଦେଲେ। ଚିକିତ୍ସା କଲେ। ହେଲେ ପ୍ରାଶାସନିକ ଅଧିକାରୀ ଆଉ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ; ସମସ୍ତେ ନିଜ ନିଜ କର୍ତ୍ତବ୍ୟ ଭୁଲିଗଲେ। ଧାରଣା ଦେଇ ଯେତେବେଳେ ସେମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ କଥା ମନେପକାଇବାକୁ ଉଦ୍ୟମ କଲେ, ସେମାନଙ୍କୁ ଜୋର୍‌ କରି ଗାଡ଼ିରେ ଟେକି ନିଆଗଲା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ।

ଉଦଳା ଏନ୍‌ଏସି ଅଧୀନ ନାଗପାଳର ଯୁବତୀ ଗୀତାଞ୍ଜଳି କର ଗତକାଲି ସନ୍ଧ୍ୟାରେ ଜଣେ ନାବାଳକ ଅଳିଆଗଦାରୁ ଖାଦ୍ୟ ଖୋଜୁଥିବା ଦେଖିଥିଲେ। ସେ ତାଙ୍କୁ ଘରକୁ ଡାକି ଖାଇବାକୁ ଦେଇଥି‌ଲେ। ପିଲାଟିର କହିବା ମୁତାବକ ତାଙ୍କର ବାପାମାଆ; କେହି ନାହାନ୍ତି। ବଡ଼ଭାଇ ଓ ଭାଉଜଙ୍କ ଅବହେଳାର ଶିକାର ହୋଇ ଆଜି ସେ ଏଭଳି ଅବସ୍ଥାରେ ପହଞ୍ଚିଛି। ତେବେ ଦେହରେ ଜ୍ବର ଥିବା ଜାଣି ଗୀତାଞ୍ଜଳି ଓ ତାଙ୍କ ଭାଇ ମ‌ନୋରଂଜନ ପିଲାଟିକୁ ପ୍ରଥମେ ଉଦଳା ଡାକ୍ତରଖାନା ନେଇଥିଲେ। ସେହିପର ପିଲାଟିର ଉତ୍ତମ ଚିକିତ୍ସା ପାଇଁ ଗୀତାଞ୍ଜଳି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାୟୀ ବିଶ୍ୱାଳଙ୍କୁ ଫୋନ୍‌ କରି କହିଥିଲେ। ହେଲେ ଶ୍ରୀମତୀ ବିଶ୍ୱାଳ ମିଟିଂରେ ଅଛନ୍ତି କହି ଘଟଣାକୁ ଗୁରୁତ୍ବ ଦେଇ ନଥିଲେ।

ତେଣୁ ଗୀତାଞ୍ଜଳି ଓ ତାଙ୍କ ଭାଇ ବାଧ୍ୟ ହୋଇ ଗତକାଲି ରାତିରେ ପିଲାଟିକୁ ବାରିପଦା ଡାକ୍ତରଖାନାରେ ଭର୍ତି କରିଥିଲେ। ଘଟଣାଟି ସମସ୍ତଙ୍କ ନଜରରେ ଥାଇ ସୁଦ୍ଧା ଆଜି ସକାଳ ଯାଏଁ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ; କେହି କୌଣସି ପଦକ୍ଷେପ ନ ନେବାରୁ ଭାଇଭଉଣୀ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ। ପୁଲିସ ବଳପୂର୍ବକ ଭାଇଭଉଣୀଙ୍କୁ ଗାଡ଼ିରେ ଉଠାଇ ନେଇଥିଲା। ଜଣେ ପର ପିଲା ପାଇଁ ଭାଇଭଉଣୀଙ୍କ ଏଭଳି ଆବେଗ ସମସ୍ତଙ୍କୁ ଚକିତ କରିଥିଲା। ‌ଏହା ସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ମନମୁଖି କାମ ପାଇଁ ସେ ବିଭିନ୍ନ ମହଲରେ ସମାଲୋଚିତ ହୋଇଛନ୍ତି। ଏପରି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବିଶ୍ବାଳ ପିଲାଟିର ଦାୟିତ୍ୱ ପ୍ରଶାସନ ନେବ। ପିଲାଟିର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ତା’ର ରହିବା ଖାଇବା ଓ ପାଠପଢ଼ା ନେଇ ସବୁ ପ୍ରକାର ବନ୍ଦୋବସ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe