କଲରାପତରିଆ ଆକ୍ରମଣରେ ଶିଶୁ, ଯୁବକ ଘାଇଲା: ପିଟିପିଟି ମାରିଦେଲେ ଗାଁ ଲୋକ

Advertisment

ନବରଙ୍ଗପୁର ଜିଲ୍ଲା ସୀମାଠାରୁ ମାତ୍ର ୨୦କିମି ଦୂର ଛତିଶଗଡ଼ରେ କଲରାପତରିଆ ବାଘକୁ ପିଟିପିଟି ମାରି ଦେଇଛନ୍ତି ଗ୍ରାମବାସୀ। ଦୁଇ ବର୍ଷ ଧରି ଏହି କଲରାପତରିଆ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା।

ନବରଙ୍ଗପୁର ଜିଲ୍ଲା ସୀମାଠାରୁ ମାତ୍ର ୨୦କିମି ଦୂର ଛତିଶଗଡ଼ରେ କଲରାପତରିଆ ବାଘକୁ ପିଟିପିଟି ମାରି ଦେଇଛନ୍ତି ଗ୍ରାମବାସୀ। ଦୁଇ ବର୍ଷ ଧରି ଏହି କଲରାପତରିଆ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା।

gdgdgdddg

ରାଇଘର: ନବରଙ୍ଗପୁର ଜିଲ୍ଲା ସୀମାଠାରୁ ମାତ୍ର ୨୦କିମି ଦୂର ଛତିଶଗଡ଼ରେ କଲରାପତରିଆ ବାଘକୁ ପିଟିପିଟି ମାରି ଦେଇଛନ୍ତି ଗ୍ରାମବାସୀ। ଦୁଇ ବର୍ଷ ଧରି ଏହି କଲରାପତରିଆ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଆଜି ଜଣେ ଦୁଇବର୍ଷର ଶିଶୁକନ୍ୟା ଏବଂ ଯୁବକଙ୍କୁ ଆକ୍ରମଣ କରିଥିଲା। ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବାଘକୁ ଗୋଡ଼େଇ ଗୋଡେଇ ପିଟିଥିଲେ। ବନ ବିଭାଗ ଗୁରୁତର ଆହତ ବାଘକୁ ରାୟପୁର ନେବା ବାଟରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ରାଇଘର ବ୍ଲକକୁ ଲାଗିଛି ପଡ଼ୋଶୀ ରାଜ୍ୟର ଗରିଆବନ୍ଧ ଜିଲ୍ଲାର ବାରୁକା ଗାଁକୁ ଆଜି ସକାଳେ ଗୋଟିଏ କଲରାପତରିଆ ବାଘ ଚାଲିଆସିଥିଲା। ଜଣେ ଯୁବକଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା। ଗ୍ରାମବାସୀ ପହଞ୍ଚି ଯିବାରୁ ଯୁବକଙ୍କୁ ଛାଡ଼ି ଚାଲି ଯାଇଥିଲା ବାଘ। କିନ୍ତୁ ଘଞ୍ଚ ଜଙ୍ଗଲକୁ ନ ଯାଇ ଶିକାର ସନ୍ଧାନରେ ଆଖପାଖରେ ରହିଥିଲା। ଯୁବକଙ୍କୁ ଆକ୍ରମଣର ୪ଘଣ୍ଟା ପରେ ପୁଣି ଗାଁକୁ ଆସି ଦୁଇ ବର୍ଷର ଶିଶୁକନ୍ୟାକୁ ଆକ୍ରମଣ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଚାରିପଟୁ ଘେରିଯାଇ ବାଘ ଉପରେ ଆକ୍ରମଣ କରିଥିଲେ। ଏଥିରେ ବାଘର ଡାହାଣ ଗୋଡ଼ ସହ ଦାନ୍ତଗୁଡ଼ିକ ଭାଙ୍ଗି ଯାଇଥିଲା। ଗ୍ରାମବାସୀମାନେ ଆହତ ବାଘକୁ କାବୁ କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବନ ବିଭାଗ ଟିମ୍‌ ରାୟପୁରସ୍ଥିତ ଜଙ୍ଗଲ ସଫାରିକୁ ନେବା ରାସ୍ତାରେ ବାଘଟି ମରିଯାଇଥିବା ଜଣାପଡ଼ିଛି। ଭୋକ ସହ ଆକ୍ରମଣ ଜନିତ ଯନ୍ତ୍ରଣା ଯୋଗୁଁ ବାଘର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି। ଅପରପକ୍ଷରେ ଆହତ ଶିଶୁକନ୍ୟାକୁ ଚିକିତ୍ସା ନିମନ୍ତେ ରାୟପୁର ନିଆଯାଇଥିବା ବେ‌େଳ ଆହତ ଯୁବକ ଘରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe